csstore

ସ୍ୱର୍ଗତ ରାଜୀବ ଗାନ୍ଧୀ ସବୁ ଦିନ ପାଇଁ ସ୍ମରଣୀୟ ହୋଇ ରହିବେ : ବିନୋଦ ବିଶ୍ୱାଳ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପାଇକମାଲ ବ୍ଳକ କଂଗ୍ରେସ ଦଳର ମଙ୍ଗୁଆଳ ବିନୋଦ ବିହାରୀ ବିଶ୍ୱାଳଙ୍କ ତତ୍ୱାବଧାନରେ ଆଜି ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ପବିତ୍ର ଶ୍ରାଦ୍ଧ ବାର୍ଷିକୀ ଦିବସ ଅବସରରେ ପାଇକମାଲ ସ୍ଥିତ ଡେଲି ମାର୍କେଟ, ଭାରତୀୟ ଷ୍ଟେଟ ବ୍ୟାଙ୍କ ଅଞ୍ଚଳ ତଥା ବିଭିନ୍ନ ଛକରେ ମହାମାରୀ କୋଭିଡକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କୁ ସଚେତନ କରିବା ସହିତ ମାକ୍ସ, ସେନିଟାଇଜର ବଣ୍ଟନ କାର୍ଯ୍ୟକ୍ରମ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ପାଇକମାଳ ବ୍ଳକ ପୂର୍ବତନ ବ୍ଳକ ଅଧ୍ୟକ୍ଷ ବିନୋଦ କାଲିଆ, ଅଶ୍ୱିନୀ ପଟେଲ, ବୈବସ୍ଵତ ପ୍ରଧାନ, ପ୍ରାଣବନ୍ଧୁ ଦାଶ, ବିଜୟାନନ୍ଦ ପଟ୍ଟନାୟକ, ମହେନ୍ଦ୍ର ଖୁଣ୍ଟିଆ, ଚନ୍ଦୁଲାଲ ପ୍ରଧାନ, ସୁରେନ୍ଦ୍ର ସାହୁ, ରାଜାରାମ ସାହୁ ପ୍ରମୁଖ ଲୋକଙ୍କୁ ସାମାଜିକ ଦୂରତା ରକ୍ଷା କରିବା, ମାକ୍ସ ବ୍ୟବହାର କରିବା, ହାତକୁ ସାବୁନ ବାରମ୍ବାର ଧୋଇବା ବିନା କାମରେ ବାହାରକୁ ନବାହାରି ବୁଲାବୁଲି ନକରିବାକୁ ଜନସାଧାରଣ ଅନୁରୋଧ କରାଯାଇଥିଲା ।

jayashree
Leave A Reply

Your email address will not be published.