ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ପାଇକମାଲରେ “ସେବା ହିଁ ସଂଗଠନ’ ଓ ମୋ ବୁଥ କରୋନା ମୁକ୍ତ କାର୍ଯ୍ୟକ୍ରମ ଉଦଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ଦିଲ୍ଲୀରୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଅପରାହ୍ନ ୪ ଘଣ୍ଟା ସମୟରେ ବିଜେପି କୃଷକ ମୋର୍ଚ୍ଚା ଦ୍ୱାରା ଦେଶରେ ଆରମ୍ଭ କରାଯାଉଥିବା ସେବା ହିଁ ସଂଗଠନ ଓ ମୋ ବୁଥ କରୋନା ମୁକ୍ତ ଅଭିଯାନକୁ ଏକ ଭରଚୁଏଲ ସଭା ଜରିଆରେ ଉଦଘାଟନ କରିଥିଲେ । ବିଜେପି କିଶାନ ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ସାଂସଦ ରାଜକୁମାର ଚହରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ବିଜେପି ରାଷ୍ଟ୍ରୀୟ ସାଧାରଣ ସଂପାଦକ ତଥା କୃଷକ ମୋର୍ଚ୍ଚାର ରାଷ୍ଟ୍ରୀୟ ପ୍ରଭାରୀ ଭୁପେନ୍ଦ୍ର ଯାଦବଙ୍କ ସମେତ ସମସ୍ତ ରାଷ୍ଟ୍ରୀୟ ପଦାଧିକାରୀ, କୃଷକ ମୋର୍ଚ୍ଚାର ଦେଶର ସମସ୍ତ ରାଜ୍ୟର ରାଜ୍ୟ ସଭାପତି, ରାଜ୍ୟ ପଦାଧିକାରୀ, ଜିଲ୍ଲା ସଭାପତି ସମେତ କୃଷକ ମୋର୍ଚ୍ଚାର ବରିଷ୍ଠ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ । ଏହି ଅବସରରେ ଦେଶର ଗ୍ରାମଞ୍ଚଳରେ ଥିବା ପ୍ରତ୍ୟେକ ଜିଲ୍ଲାର ଗୋଟିଏ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ କିଶାନ ମୋର୍ଚ୍ଚା ତରଫରୁ ଆଜି ଠାରୁ ସ୍ଥାପିତ ହୋଇଥିବା ହେଲ୍ପ ଡେକ୍ସକୁ ମଧ୍ୟ ସଭାପତି ଶ୍ରୀ ନଡ୍ଡା ଉଦଘାଟନ କରିଥିଲେ । ସମାଜ ଓ ରାଷ୍ଟ୍ର ପାଇଁ ତାର ଉତ୍ତର ଦାୟୀତ୍ୱ ପାଳନ କରୁଥିବାରୁ କୃଷକ ମୋର୍ଚ୍ଚା ରାଷ୍ଟ୍ରୀୟ ସଭାପତି ଶ୍ରୀ ଚହରଙ୍କ ସମେତ ସମସ୍ତ ନେତୃ ମଣ୍ଡଳୀକୁ ସେ ଧନ୍ୟବାଦ ଜଣାଇ ଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଗତ ୭ ବର୍ଷ ଶାସନରେ ଦେଶର କୃଷକମାନଙ୍କ ଆୟକୁ ଦ୍ୱିଗୁଣିତ କରିବା ଉଦ୍ଦେଶ୍ୟରେ କୃଷକ ବିକାଶ ଦିଗରେ ନେଇଥିବା ବହୁ ପଦକ୍ଷେପକୁ ଉଲ୍ଲେଖ କରିଥିଲେ । ପ୍ରଧାନମନ୍ତ୍ରୀ କିଶାନ ସମ୍ମାନ ନିଧି, ଡିଏପି ସାରରେ ୧୨ ଶହ ଟଙ୍କା ସବ୍‌ ସିଡି ଦେବା, ପ୍ରଧାନମନ୍ତ୍ରୀ ଶସ୍ୟ ବୀମା ଆଦି ଅନେକ ଯୋଜନା ସମ୍ବନ୍ଧରେ ସୂଚନା ଦେଇଥିଲେ । ଏହି ଭରଚୁଏଲ ସଭାକୁ କିଶାନ ମୋର୍ଚ୍ଚାର ରାଷ୍ଟ୍ରୀୟ ସାଧାରଣ ସଂପାଦକ ଡା ଶମ୍ଭୁ କୁମାର ପରିଚାଳନା କରିଥିଲେ । ଏହି ପରିପ୍ରେକ୍ଷୀରେ ଓଡିଶାର ୩୩ ଟି ସାଂଗଠନକ ଜିଲ୍ଲାରେ ଆଜି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ମାନଙ୍କରେ ହେଲ୍ପ ଡେକ୍ସ ସ୍ଥାପିତ ହୋଇଥିଲା । ବରଗଡ ଜିଲ୍ଲା ପାଇକମାଲର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ଥାପିତ ହେଲ୍ପ ଡେକ୍ସରେ ଓଡିଶା କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ ଉପସ୍ଥିତ ରହି ଏହି ଭରଚୁଏଲ ସଭାରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବରଗଡ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଶ୍ରୀକାନ୍ତ ମିଶ୍ର, ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଗୋବର୍ଦ୍ଧନ ଅଗ୍ରୱାଲ, ଜିଲ୍ଲା ଉପ ସଭାପତି ସରୋଜ ସାମଲ, ପାଇକମାଲ ମଣ୍ଡଳ ସଭାପତି କୈଳାଶ ଦିଶ୍ରୀ, ପାଇକମାଳ କୃଷକ ମୋର୍ଚ୍ଚା ମଣ୍ଡଳ ସଭାପତି ଯୋଗେନ୍ଦ୍ର ଭୋଇ, ସୁଶାନ୍ତ ନାଗ, ଦିବାକର ତାଣ୍ଡି, ପଞ୍ଚମ ବେହେରା, ଅଜୁ ସେଠ, ଶଶୀଧର ସାହୁ, ରମଣିରଞ୍ଜନ ହୋତା, ରଜିନ୍ଦ୍ର ସେଠ, ରୋଶନ ପାଣିଗ୍ରାହୀ, ରାଜକୁମାର ସାହୁ, ଧନଞ୍ଜୟ ପାଣ୍ଡେ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

eight + four =

error: Content is protected !!