କର୍ଲାମୁଣ୍ଡାରେ ନୂତନ ପେଟ୍ରୋଲ ଟାଙ୍କି ଉଦଘାଟିତ

କର୍ଲାମୁଣ୍ଡା, (ନରୋତ୍ତମ ସେଲମା) : ଆଜି କର୍ଲାମୁଣ୍ଡା ବ୍ଲକ ସଦର ନିକଟରେ ନୂତନ ଭାବେ ଏକ ପେଟ୍ରୋଲ ଓ ଡିଜେଲ ଟାଙ୍କିର ଶୁଭାରମ୍ଭ ହୋଇଛି । ଏହାକୁ ସାମାଜିକ କର୍ମୀ ହୀରା ଭୋଇ, ଚିତ୍ରସେନ ସାହୁ ଓ ବରିଷ୍ଠ ସାମ୍ବାଦିକ ପ୍ରଦୀପ କୁମାର ସାହୁ ଉଦଘାଟନ କରିଥିଲେ । ଏହି ଫିଲିଂ ଷ୍ଟେସନର ସତ୍ୱାଧୀକାରୀ ଡୋଲମଣୀ ଭୋଇ କାର୍ୟ୍ୟକ୍ରମ ପରିଚାଳନା କରିଥିଲେ । ଏହି ବ୍ଲକର ରିଷିଡା ଓ କୁତୁର୍ଲାରେ ପୂର୍ବରୁ ପେଟ୍ରୋଲ ଟାଙ୍କି ଥିବାବେଳେ ବ୍ଲକ ସଦରରେ ନଥିବାରୁ ବହୁତ ଅସୁବିଧା ହେଉଥିଲା । ଏହି ନୂତନ ଟାଙ୍କି ହେବା ପରେ ସ୍ଥାନୀୟ ହିତାଧିକାରୀ ମାନେ ଉପକୃତ ହୋଇପାରିବେ ।

Leave A Reply

Your email address will not be published.