oom

କୋଭିଡ୍‌ ଟେଷ୍ଟିଙ୍ଗ୍‌ ବଢାଇବା ପାଇଁ ଉପ-ଜିଲ୍ଲାପାଳଙ୍କୁ ବିଜେପିର ଦାବୀପତ୍ର

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନ କୋଭିଡ ଭୟାବହତା ସହ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ଓ ମୃତ୍ୟୁର ହାର ବଢ଼ିବାରେ ଲାଗିଥିବା ବେଳେ ପଦ୍ମପୁର ଅଞ୍ଚଳରେ ମଧ୍ୟ ସ୍ଥିତି ଜଟିଳ ହେବାରେ ଲାଗିଛି । ପଦ୍ମପୁର ଉପଖଣ୍ଡର ରାଜବୋଡାସମ୍ବର ବ୍ଲକର ସର୍ଗିବାହଲ, ଭେଉଁରିଆ, ବୁଡମାଲ ତଥା ଅନ୍ୟାନ୍ୟ ପଞ୍ଚାୟତ ସେହିପରି ପାଇକମାଲର ବୁକ୍ରାମୁଣ୍ଡା, ମାଣ୍ଡୋସିଲ, ଲହାଙ୍ଗିର ଆଦି ସହ ଝାରବନ୍ଧର ଡୁଙ୍ଗୁରିପାଲି, ଭଣ୍ଡାରପୁରୀ ପରି ବିଭିନ୍ନ ଅଞ୍ଚଳରେ ଲୋକଙ୍କର ଆର୍ଥିକ ସ୍ଥିତି ସେତିକି ସ୍ୱଚ୍ଛଳ ନଥିବାରୁ ଲୋକେ ଟେଷ୍ଟ ପାଇଁ ଆସି ପାରୁ ନାହାନ୍ତି ଏବଂ କିଛି ଜନ ସଚେତନତାର ଅଭାବ ଯୋଗୁଁ ମଧ୍ୟ ଦିନ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗୁଛି । ଏଣୁ ଏହି ଅଞ୍ଚଳ ମାନଙ୍କରେ କେମ୍ପର ବ୍ୟବସ୍ଥା କରି କୋଭିଡ ଟେଷ୍ଟିଙ୍ଗ ସଂଖ୍ୟା ବଢ଼େଇବ ସହ ଉକ୍ତ ଅଞ୍ଚଳ ମାନଙ୍କରେ ତଥା ପଦ୍ମପୁର ଏନଏସିରେ ସାନିଟାଇଜେସନର ବ୍ୟବସ୍ଥା କରିବା ପାଇଁ ପଦ୍ମପୁର ଉପ-ଜିଲ୍ଲାପାଳ ତ୍ରିଲୋଚନ ପାତ୍ରଙ୍କୁ ବିଜେପିର ଏକ ପ୍ରତିନିଧି ଦଳ ଭେଟି ଦାବୀପତ୍ର ଦେବା ସହ ଆଲୋଚନା କରିଥିଲେ ଏବଂ ଆଉ ଟିକେ ଯେମିତି ଲୋକଙ୍କୁ ସଚେତନ କରାଯାଇ ପାରିବ ସେ ଦିଗରେ ମଧ୍ୟ ଧ୍ୟାନ ଦେବା ପାଇଁ ଚର୍ଚ୍ଚା କରିଥିଲେ । ଏହି ଦଳରେ ବରିଷ୍ଠ ବିଜେପି ନେତା ତଥା ରାଜ ବୋଡାସମ୍ବର ବ୍ଲକ ସାଂସଦ ପ୍ରତିନିଧି ଡକ୍ଟର ଶ୍ରୀକାନ୍ତ ପାଣିଗ୍ରାହୀ, ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ସରୋଜ ପାଣିଗ୍ରାହୀ, ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସମ୍ପାଦକ ପ୍ରିତେଶ କୁମାର ବହିଦାର, ସର୍ଗିବାହାଲ ମଣ୍ଡଳ ସଭାପତି ନିରାକାର ବରିହା, ଡକ୍ଟର ନାରାୟଣ ପୁରୋହିତ, ଆଇନଜୀବୀ ତଥା ପଦ୍ମପୁର ଏନଏସି ସାଂସଦ ପ୍ରତିନିଧି ଚିନ୍ମୟ କୁମାର ପଣ୍ଡା, ଆଇନଜୀବୀ ଆଦିତ୍ୟ କୁମାର ରଥ, ପ୍ରମୋଦ କୁମାର ମେହେର ପ୍ରମୁଖ ଉପସ୍ଥିତ ରହିଥିଲେ ।

jittmm
Leave A Reply

Your email address will not be published.