jsm

ରାଷ୍ଟ୍ରୀୟ ମଧ୍ୟବିତ୍ତ ପରିବାର ମହାସଂଘ ତରଫରୁ ଦାବୀପତ୍ର ପ୍ରଦାନ

csstore

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ବୈଶିକ ମହାମାରୀ କରୋନା ହେଉ କି ଯେ କୌଣସି ପ୍ରାକୃତିକ ବିପର୍ଯ୍ୟୟ ହେଉ ମଧ୍ୟବିତ୍ତ ବର୍ଗର ଲୋକେ ସବୁବେଳେ ସରକାରୀ ସହାୟତାରୁ ବଞ୍ଚିତ ହେଉଛନ୍ତି । ସମାଜର ସମ୍ପୂର୍ଣ୍ଣ ଜନସଂଖ୍ୟାର ଏକ ବୃହତ ଅଂଶ ଯାହାକି ପାଖାପାଖି ୪୦% ଲୋକଙ୍କୁ ସରକାର ମଧ୍ୟବିତ୍ତ ବୋଲି କହି ବିଭିନ୍ନ ସରକାରୀ ଯୋଜନାରେ ସେମାନଙ୍କୁ ସାମିଲ ନକରିବା, ସେମାନଙ୍କ ପ୍ରତି ପକ୍ଷପାତିତା କରିବା ଦ୍ୱାରା ଏହି ବର୍ଗର ଲୋକଙ୍କ ଜୀବନ ଜୀବିକା ଗୁରୁତର ଭାବେ ପ୍ରଭାବିତ ହେଉଛି ଏହା ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ପ୍ରତି ଏକ ଭୟଙ୍କର ସରକାରୀ ଷଡଯନ୍ତ୍ର । ମଧ୍ୟବିତ୍ତ ବର୍ଗଙ୍କ ଜୀବନ ଜୀବିକାଙ୍କୁ ସୁରକ୍ଷିତ କରିବା ପାଇଁ ସରକାର ଏକ ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ ଘୋଷଣା କରନ୍ତୁ ବୋଲି ମହାସଂଘ ପକ୍ଷରୁ ଦାବୀ ହୋଇଛି । ଆଜି ରାଷ୍ଟ୍ରୀୟ ମଧ୍ୟବିତ୍ତ ପରିବାର ମହାସଂଘର ସଭାପତି ପ୍ରଦୀପ ମିଶ୍ରଙ୍କ ନିର୍ଦେଶ କ୍ରମେ ମହାସଂଘର କନ୍ଧମାଳ ଜିଲ୍ଲା କମିଟି ପକ୍ଷରୁ ରାଜ୍ୟ ସମ୍ପାଦକ ରାମଚନ୍ଦ୍ର ସିଂ ପାତ୍ର, ଜିଲ୍ଲା ସଭାପତି ମକରଧ୍ୱଜ ନାୟକ ଓ କ୍ଷେତ୍ରୀୟ ପ୍ରଭାରୀ ପ୍ରତାପ ମଲିକ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶାଙ୍କ ଉଦେଶ୍ୟରେ ବାଲିଗୁଡା ଉପ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି ।

yuvodaya
Leave A Reply

Your email address will not be published.