jayashree

କୋଭିଡ-୧୯ ନିୟମକୁ ଅବମାନନା ଅଭିଯୋଗରେ ପାତ୍ରପୁର ଅଞ୍ଚଳରେ ପ୍ରଶାସନର ଚଢ଼ାଉ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଉପାନ୍ତ ଅଞ୍ଚଳ ପାତ୍ରପୁର ଅଞ୍ଚଳରେ ମହାମାରୀ କରୋନା ଭୁତାଣୁ ସଂକ୍ରମଣ ପାତ୍ରପୁର ଇଲାକାରେ କାୟା ବିସ୍ତାର କରିଚାଲିଛି । ସଂକ୍ରମଣ ଶୃଙ୍ଖଳାକୁ ରୋକିବା ଉଦ୍ଦେଶ୍ୟରେ ପ୍ରଶାସନର ତାଗିଦ କରିଛି । ତଥାପି କିଛି ବ୍ୟବସାୟୀ /ଦୋକାନୀଙ୍କ ସମେତ ସେଠାକାର ଲୋକମାନେ ପ୍ରଶାସନର ନିୟମକୁ ମାନୁନାହାନ୍ତି । ଫଳରେ ଏହି ଅଞ୍ଚଳରେ ଅସମ୍ଭାଳ ପରିସ୍ଥିତି ସୃଷ୍ଟି କରିଛି । ମଙ୍ଗଳବାର ପୂର୍ବାହ୍ନରେ ପାତ୍ରପୁର ବଜାରରେ ଦୁଇଟି ଲୁଗା ଦୋକାନ, ଗୋଟିଏ ସୁନା ଦୋକାନ ଓ ଗୋଟିଏ ଗୁଟ୍‌ଖା ଦୋକାନକୁ ତଦନ୍ତ ପରିସରକୁ ଯାଇ ସ୍ଥାନୀୟ ପ୍ରଶାସନ ସିଲ କରିଛି । କୋଭିଡ-୧୯ ନିୟମକୁ ଅବମାନନା ଅଭିଯୋଗରେ ତହସିଲଦାର ଅମିତ କୁମାର ନାୟକ ପହଞ୍ଚି ସିଲ୍ କରିଛନ୍ତି । ସିଲ୍ ଦୋକାନ ସାମ୍ନାରେ ତହସିଲ ପ୍ରଶାସନ ପକ୍ଷରୁ ସୂଚନା ପତ୍ର ଅଠା ଦେଇ ମରାଯାଇଛି । ନିକଟରେ ଥିବା ଗୋଟିଏ ଦୋକାନରୁ ପାଞ୍ଚ ହଜାର ଟଙ୍କାର ଗୁଟୁଖାକୁ ଜବତ କରିଛି । ଅପରପକ୍ଷରେ ପାତ୍ରପୁର ବ୍ଳକ୍‌ର ଗୋଠଗାଁରେ ବହୁ ଲୋକଙ୍କୁ ନେଇ ଚାଲିଥିବା ଏକ ବିବାହ ଭୋଜି ସମାରୋହରେ ଖୁସି ମନାଇଥିବା ବେଳେ ଉକ୍ତ ଅଞ୍ଚଳର ତହସିଲଦାର ଓ ଜରଡ଼ା ଥାନା ପୋଲିସ ପହଞ୍ଚି ଭୋଜି ବନ୍ଦ କରିଛନ୍ତି । ଭୋଜିସଭା ଏକ ବେଆଇନ ଦର୍ଶାଇ ସେମାନଙ୍କୁ ୧୦ ହଜାର ଟଙ୍କା ଫାଇନ କରିଛନ୍ତି ଏବଂ ରନ୍ଧା ଖାଦ୍ୟକୁ ପାର୍ସଲ ଆକାରରେ କରିବାକୁ ପ୍ରଶାସନ ଚେତାବନୀ ସହ କହିଛନ୍ତି ।

Leave A Reply

Your email address will not be published.