ବିଜେପି ତରଫରୁ ଲୋକଙ୍କୁ କରାଯାଉଛି ସଚେତନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନ ସାରା ଜନ ମାନସକୁ କରୋନା ସଂକ୍ରମଣର ଚିନ୍ତା ଘାରିଥିବା ବେଳେ ଦିନକୁ ଦିନ ସ୍ଥିତି ଆହୁରି ଜଟିଳ ହେବାରେ ଲାଗିଛି । ପ୍ରତି ଦିନ ଜିଲ୍ଲାରୁ ଶହ ଶହ ସଂଖ୍ୟାରେ ବାହାରୁ ଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବର୍ତ୍ତମାନ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମୁଣ୍ଡର ଚିନ୍ତା ପାଲଟିଥିବା ବେଳେ କିନ୍ତୁ ବର୍ତ୍ତମାନ ପ୍ରଧାନମନ୍ତ୍ରୀଙ୍କ ଅନୁଚିନ୍ତା ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପଧାନଙ୍କର ଆହ୍ୱାନ କ୍ରମେ ଆଜି ସାରା ରାଜ୍ୟରେ ବିଜେପି ଯୁବ ମୋର୍ଚ୍ଚା ତରଫରୁ ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଇରାସିଶ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଘର ଘର ବୁଲି ଲୋକଙ୍କୁ କରୋନା ବିଷୟରେ ସଚେତନ ସହ ପଲ୍ସ ଅକ୍ସିମିଟର ଏବଂ ଥର୍ମାଲ ତାପମାତ୍ରା ଚେକିଂ ସହ ସଚେତନ କରାଯାଉଛି । ସେହିପରି ଆଜି ପଦ୍ମପୁର ସହରରେ ମଧ୍ୟ ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ପ୍ରିତେଶ ବହିଦାରଙ୍କ ଅଧ୍ୟକ୍ଷତାରେ ଏକ ଦଳ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଯଥା ସମ୍ଭବ ଯୁବମୋର୍ଚ୍ଚା ସଦସ୍ୟ ମାନେ ଘରକୁ ଘର ଯାଇ ଏହି କାର୍ଯ୍ୟକ୍ରମରେ ଲୋକଙ୍କୁ ସଚେତନ କରିବେ ବୋଲି ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ପ୍ରିତେଶ କୁମାର ବହିଦାର କହିଥିବା ବେଳେ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ତାଙ୍କ ସହ ବରିଷ୍ଠ ବିଜେପି ନେତା ଅଶୋକ ମିଶ୍ର, ନାରୀ ନେତ୍ରୀ ଜ୍ୟୋତ୍ସାରାଣୀ କର, ସୁବାଷ ପାତ୍ର, ପ୍ରମୋଦ ମେହେର, ନରେଶ ସୁନ୍ଦର ସାହୁ, କୁନାଲ ପାଣିଗ୍ରାହୀ, ଦିନେଶ ବାରିକ, ବିଜୁ ଦୋରା, ଦୀପକ ବାରିକ, କହ୍ନା ବାରିକ ପ୍ରମୁଖ କାର୍ଯ୍ୟକ୍ରମରେ ସହାୟକ ହୋଇଥିଲେ ।

jittmm
Leave A Reply

Your email address will not be published.