ସାନତେଲେନପାଲିର ଅସହାୟ ଗଣେଶ ଜେନା ଓ ସ୍ତ୍ରୀ ଆହ୍ଲାଦିନୀ ଜେନାଙ୍କ ପରିବାରକୁ ସହଯୋଗର ହାତ ବଢାଇଲେ ଯୁବନେତା ଅର୍କେଶ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଚୁଡାପାଲି ପଞ୍ଚାୟତ ସାନତେଲେନପାଲି ଗାଁର ଗଣେଶ ଜେନାଙ୍କ ପରିବାରକୁ ଏହି ମହାମାରୀ ସମୟରେ ସହଯୋଗର ହାତ ବଢାଇଛନ୍ତି ବିଜୁ ଜନତା ଦଳର ଯୁବନେତା ଅର୍କେଶ ନାରାୟଣ ସିଂହଦେଓ । ଆଜି ଚୁଡାପାଲି ପଞ୍ଚାୟତର ସଭାପତି ମନୋଜ ରାଜପୁତଙ୍କ ସୂଚନାକ୍ରମେ ତାଙ୍କ ଗ୍ରାମର ଅସହାୟ ଗଣେଶ ଜେନାଙ୍କ ପରିବାରକୁ ସହଯୋଗ କରିବାକୁ ନିର୍ଦେଶ ଦେଇଥିଲେ ଯୁବନେତା ଅର୍କେଶ । ତାଙ୍କ ନିର୍ଦେଶ କ୍ରମେ ବଲାଙ୍ଗିରର ପୂର୍ବତନ ସାସଂଦ କଳିକେଶ ନାରାୟଣ ସିଂହଦେଓଙ୍କ ବ୍ଲକ ପ୍ରତିନିଧି ତଥା ବର୍ତ୍ତମାନର ସାହାଜବାହାଲ ସରପଞ୍ଚ ପ୍ରଦ୍ୟୁମ୍ନ ହୋତାଙ୍କ ସହିତ ଯୁବ ବିଜେଡି ଜିଲ୍ଲା ସମ୍ପାଦକ ଗୋବିନ୍ଦ ଶତପଥି, ଛାତ୍ର ବିଜେଡି ରାଜ୍ୟ ସମ୍ପାଦକ ସୁମନ ନନ୍ଦ ଚୁଡାପାଲି ଯୁବନେତା ମଳୟ ମେହେର, ଜିଲ୍ଲା ଆଇଟି ସଂଯୋଜକ ବିଭୂତି ଭୂଷଣ ମିଶ୍ର, ଗୁଣସାଗର ରାୟ, ଧନଞ୍ଜୟ ପଟେଲ, ଅମିତ ଝାଙ୍କର ସାନତେଲନ ପାଲି ଗ୍ରାମକୁ ଯାଇ ତାଙ୍କ ଘରେ ଏକ ମାସର ରାସନ ସାମଗ୍ରୀ ପହଞ୍ଚାଇ କିଛି ଆର୍ଥିକ ସହଯୋଗ କରିଥିଲେ । ସୂଚନା ଯୋଗ୍ୟ ଯେ ଅସହାୟ ଗଣେଶ ଜେନା ଜଣେ ଭଲ ମୋଟର କାର ମେକାନିକ ଭାବରେ ଜଣାଶୁଣା ଥିଲେ ଗତ ଦୁଇ ବର୍ଷ ତଳେ ଅଚାନକ ଅସୁସ୍ଥ ହୋଇ ପାରାଲେସିସି ରୋଗରେ ଶଯ୍ୟାସାୟୀ ହୋଇ ରହିଛନ୍ତି ତାଙ୍କ ପରିବାରରେ ତାଙ୍କ ସ୍ତ୍ରୀ ଏବଂ ବୃଦ୍ଧାବସ୍ତାରେ ବାପା ମାଆ ଥିବା ବେଳେ ରୋଜଗାର କରିବାକୁ କେହି ନାହାନ୍ତି । ଏଭଳି ଅସହାୟଙ୍କୁ ସହଯୋଗର ହାତ ବଢାଇଥିବାରୁ ଅର୍କେଶ ନାରାୟଣ ସିଂହଦେଓଙ୍କୁ ଚୁଡାପାଲି ବରିଷ୍ଠ ନେତା କୂଳମଣୀ ମେହେର କୃତଜ୍ଞା ଜ୍ଞାପନ କରିଛନ୍ତି ।

jittmm
Leave A Reply

Your email address will not be published.