ବିଶ୍ୱାତ୍ମ ଚେତନା ପରିଷଦ ଓ ଟ୍ରଷ୍ଟ ପକ୍ଷରୁ ଅନ୍ନପୂର୍ଣ୍ଣା ସେବା ଆରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ଅକ୍ଷୟ ତୃତୀୟା ଠାରୁ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜ ହସ୍‌ପିଟାଲ୍‌ ଠାରେ ପୂଜ୍ୟପାଦ ସ୍ୱାମୀଶ୍ରୀ ସତ୍ୟପ୍ରଜ୍ଞାନନ୍ଦ ସରସ୍ୱତୀ ମହାରାଜଙ୍କ ଦ୍ୱାରା ପ୍ରତିଷ୍ଠିତ ବିଶ୍ୱାତ୍ମ ଚେତନା ପରିଷଦ ଓ ଟ୍ରଷ୍ଟ ତରଫରୁ କୋଭିଡ ରୋଗୀମାନଙ୍କୁ ଯତ୍ନ ନେଉଥିବା ସମ୍ପକୀୟ ମାନଙ୍କ ପାଇଁ ବିଶ୍ୱାତ୍ମା ଚେତନା ଅନ୍ନପୂର୍ଣ୍ଣା ସେବା ଆରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଦୈନିକ ୧୦୦ ଜଣଙ୍କୁ ଆଶ୍ରମ ତିଆରି ସାତ୍ତ୍ୱିକ ପ୍ରସାଦ ପ୍ୟାକେଟ ମାଧ୍ୟମରେ ବଣ୍ଟନ କରାଯାଉଛି । ଏଥିରେ ଆଶ୍ରମସ୍ଥ ସନ୍ନ୍ୟାସୀ, କାର୍ଯ୍ୟକର୍ତ୍ତା ମାନେ ଅଂଶ ଗ୍ରହଣ କରି ସ୍ୱୟଂ ସେବୀର ଦାୟିତ୍ୱ ତୁଲାଉଛନ୍ତି ।

Leave A Reply

Your email address will not be published.