csstore

ଖମାରୀ ଟେଣ୍ଡ ହାଉସ ମାଲିକ ଗଣେଶ ଖମାରୀଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଡୁଙ୍ଗୁରିପାଲି ଖମାରୀ ଟେଣ୍ଡ ହାଉସ ମାଲିକ ଗଣେଶ ଖମାରୀଙ୍କ (୪୨) ପରଲୋକ ହୋଇଯାଇଛି । ସ୍ଵଗର୍ତ ଖମାରୀ କରୋନାରେ ଆକ୍ରାନ୍ତ ହୋଇ କଟକ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ମୃତ୍ୟୁବରଣ କରିଥିଲେ । ତାଙ୍କ ପଛରେ ସ୍ତ୍ରୀ, ୪ବର୍ଷର ପୁଅ, ୨ବର୍ଷ ଝିଅ ଓ ପରିବାର ବର୍ଗଙ୍କୁ ଛାଡ଼ି ଚାଲି ଯାଇଛନ୍ତି । ସେ ଜଣେ ଶାନ୍ତଶିଷ୍ଠ, ମେଲାପୀ, ପରୋପକାରୀ ବ୍ୟକ୍ତି ଭାବରେ ଅଞ୍ଚଳରେ ବେଶ ପରିଚିତ ଥିଲେ ‌। ତାଙ୍କର ଅକାଳ ବିୟୋଗରେ ଝାରବନ୍ଧ, ପାଇକମାଲ ସମେତ ପଦ୍ମପୁର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ତାଙ୍କର ଅକାଳ ବିୟୋଗରେ ବରଗଡ଼ ରାଜ କୁମାର ଟେଣ୍ଡ ହାଉସ ମାଲିକ କ୍ଷିରୋଦ୍ର କୁମାର ଶତପଥୀ, ପଦ୍ମପୁରର ପଟ୍ଟନାୟକ ଟେଣ୍ଡ ହାଉସ ମାଲିକ ସୌର୍ମାକ୍ୟ ପଟ୍ଟନାୟକ, ମହେଶ୍ଵରୀ ଟେଣ୍ଡ ହାଉସ ମାଲିକ ରାଜକୁମାର ଛତ୍ରିଆ, ପାଇକମାଳ ମାଧବ ଟେଣ୍ଡ ହାଉସ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।

jayashree
Leave A Reply

Your email address will not be published.