ଶୁଣିଲାନି ପ୍ରଶାସନ, କାମକଲେ ଗାଁର ଭାଗବତ ପାରାୟଣ ଧର୍ମାନୁଷ୍ଠାନର ବ୍ୟକ୍ତିବିଶେଷ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ସାଉରିଆ ପଞ୍ଚାୟତ ଅନ୍ତର୍ଗତ ଗଙ୍ଗପୁର ପାଟଣାର ମୁଖ୍ୟ ରାସ୍ତାର ପାର୍ଶ୍ୱରେ ଏକ ଡ୍ରେନ ଦୀର୍ଘଦିନରୁ ପୋତିହେବା ଫଳରେ ବର୍ଷା ହେଲେ ଉକ୍ତ ଗ୍ରାମର ୮୦ଟି ପରିବାର ଯିବା ଆସିବାରେ ବହୁତ ଅସୁବିଧା ହୁଏ, କାରଣ ମେଡିକାଲ ଏବଂ ସ୍କୁଲ ଓ ଅଙ୍ଗନବାଡି ଯିବା ପାଇଁ ଉକ୍ତ ରାସ୍ତା ଉପରେ ନିର୍ଭର କରାଯାଏ । କିନ୍ତୁ ବିଡମ୍ବନାର ବିଷୟ ଗ୍ରାମବାସୀଙ୍କ ଦ୍ୱାରା ପ୍ରଶାସନକୁ ଅବଗତ କରାଯାଇଥିଲେ ମଧ୍ୟ ପ୍ରଶାସନ କର୍ଣ୍ଣପାତ ନ କରିବାରୁ ଉକ୍ତ ଗ୍ରାମର ଭାଗବତ ପରାୟଣ କମିଟିର ସମସ୍ତ ସଦସ୍ୟଙ୍କ ସହଯୋଗରେ ଏକ ଟ୍ରାକଟର ଏବଂ ଏକ ଜେସିବି ମେସିନ ଦ୍ୱାରା ଦୀର୍ଘ ୬ଘଣ୍ଟା ଅକ୍ଲାନ୍ତ ପରିଶ୍ରମ କରି କାର୍ଯ୍ୟଟିକୁ ସମ୍ପୂର୍ଣ୍ଣ କରାଯାଇଛି ।

Leave A Reply

Your email address will not be published.