csstore

ପୂର୍ବତନ ପାଣି ପଞ୍ଚାୟତ ଅଧ୍ୟକ୍ଷ ପ୍ରଦିପ କୁମାର ସାହୁଙ୍କ ପରଲୋକ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା କାର୍ଲମୁଣ୍ଡା ବ୍ଲକ ପୁଟି ଗାଁର ପୂର୍ବତନ ପାଣି ପଞ୍ଚାୟତ ଅଧ୍ୟକ୍ଷ ପ୍ରଦୀପ କୁମାର ସାହୁ (୪୬)ଙ୍କ ଦେହାନ୍ତ ହୋଇଯାଇଛି । ସେ କରୋନା ସଂକ୍ରମିତ ହୋଇ ୮ ଦିନ ହେଲା ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲ ଚିକିତ୍ସିତ ହେଉଥିଲେ, ସ୍ୱାସ୍ଥ୍ୟ ଅବସ୍ଥା ଟିକେ ଭଲ ହେବାରୁ ଗତକାଲି ଘରକୁ ଆସୁଥିବା ବେଳେ ହଠାତ ଦେହ ଖରାପ ହେବାରୁ ବଲାଙ୍ଗିର ହସପିଟାଲରେ ଆଣି ଆଡ଼ମିଟ ହୋଇ ଥିଲେ, ବଲାଙ୍ଗୀର ହସ୍ପିଟାଲରେ ଭେଣ୍ଟିଲେଟର ନମିଳିବାରୁ ଚିକିତ୍ସାଧୀନ ଅବସ୍ଥାରେ ରାତ୍ରି ୨ଟା ସମୟରେ ମୃତ୍ୟୁବରଣ କରିଛନ୍ତି । ଆଜି ଗୁରୁବାର ସେଠାରେ ହିଁ ତାଙ୍କରି ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ତେବେ ସ୍ୱର୍ଗତ ସାହୁଙ୍କ ୩ ଗୋଟି ପୁଅ, ରୁଦ୍ର, କୈଳାସ ଓ ରାଜା ବାପାଙ୍କୁ ହରାଇ ଭାଙ୍ଗି ପଡିଥିବା ବେଳେ ମ.ରାମପୁର, କେସିଙ୍ଗା ଓ କାର୍ଲମୁଣ୍ଡା ବ୍ଲକ ଅଂଚଳର ଜଣେ ସମାଜସେବୀ, ମିଷ୍ଟା ଭାସି, ପରୋପକାରୀ ଓ ସୁପରିଚିତ ବ୍ୟକ୍ତିତ୍ୱ ଥିଲେ । ତାଙ୍କରି ବିୟୋଗରେ ଅଂଚଳବାସୀ ଗଭୀର ଶୋକବ୍ୟକ୍ତ କରିଛନ୍ତି ।

jayashree
Leave A Reply

Your email address will not be published.