ବଲାଙ୍ଗିର, (କେପିଏନ୍ଏସ୍) : କରୋନା ସଂକ୍ରମଣ ଚେନ୍କୁ ଭାଂଗିବା ପାଇଁ ରାଜ୍ୟରେ ଲକ୍ ଡାଉନ୍ ଜାରି ରହିଥିବା ବେଳେ ଆଜି ଲକ୍ ଡାଉନ୍ର ଦ୍ୱିତୀୟ ଦିବସ । ଲକ୍ ଡାଉନ୍କୁ କଡ଼ାକଡ଼ି କରିବା ପାଇଁ ଅଂଟା ଭିଡ଼ିଛି ବଲାଙ୍ଗିର ପୋଲିସ ପ୍ରଶାସନ । ଅମାନିଆଙ୍କୁ ରୋକିବା ପାଇଁ ଜାରି ରହିଛି ପଦକ୍ଷେପ । ଦେଶରେ ଯେଭଳି କରୋନା ସଂକ୍ରମଣ ଉପରମୁହାଁ ରହିଛି, ରାଜ୍ୟରେ ବି ସେଭଳି ବଢ଼ି ବଢ଼ି ଚାଲିଛି । ମୃତ୍ୟୁ ସଂଖ୍ୟା ବି ଦିନକୁ ଦିନ ବଢ଼ୁଛି । ଏଭଳି ସମୟରେ ଲକ୍ ଡାଉନ୍କୁ କଡ଼ାକଡ଼ି କରିବା ପାଇଁ ସହରର ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ ଚେକିଂ ଚାଲିଛି । ପୋଲିସର ଜବର୍ଦସ୍ତ ଚେକିଂ ସତ୍ୱେ ଅମାନିଆମାନେ କେଉଁଠି କେମିତି ନାନା ପ୍ରକାର ବାହାନା ନେଇ ବାହାରେ ବୁଲୁଥିବାର ବି ନଜରକୁ ଆସିଛି । ତେବେ କରୋନା ସଂକ୍ରମଣ ଚେନ୍କୁ ଭାଂଗିବା ପାଇଁ ସମସ୍ତେ ଲକ୍ଡାଉନ୍କୁ ମାନିବା ନିହାତି ଜରୁରୀ ହୋଇ ପଡ଼ିଥିବା କୁହାଯାଇଛି ।
Prev Post
Next Post