csstore

ବରିଷ୍ଠ ବୈଦ୍ୟରାଜ ପ୍ରଭାକର ଭୋଇଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ଅଞ୍ଚଳ ବରିଷ୍ଠ ବୈଦ୍ୟରାଜ ତଥା ବିଜେପି କୃଷକ ମୋର୍ଚ୍ଚା ଜିଲ୍ଲା କୋଡିନେଟର ଯୋଗେନ୍ଦ୍ର ଭୋଇଙ୍କ ପିତା ପ୍ରଭାକର ଭୋଇଙ୍କ ଆଜି ପାଇକମାଲ ସ୍ଥିତ ନିଜ ବାସଭବନରେ ପରଲୋକ ହୋଇଯାଇଛି । ତାଙ୍କ ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ହେଉଥିଲା । ମୃତ୍ୟୁ ସମୟରେ ସ୍ତ୍ରୀ ବିନୋଦିନୀ, ଚାରିପୁଅ ମହେନ୍ଦ୍ର, ଯୋଗେନ୍ଦ୍ର, ରାଜେନ୍ଦ୍ର , ଲିଙ୍ଗରାଜ ଓ ଗୋଟିଏ ମାତ୍ର ଝିଅ ମହିମା ଉପସ୍ଥିତ ଥିଲେ । ସ୍ବର୍ଗତ ବୈଦ୍ୟରାଜ ଭୋଇ ବୈଦ୍ୟ କାମରେ ବେଶ ସୁନାମ ଅର୍ଜନ କରିଥିଲେ । ତାଙ୍କ ବିୟୋଗରେ ପାଇକମାଲ ଅଞ୍ଚଳ ଓ ବନ୍ଧୁ ପରିଜନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି । ତାଙ୍କର ମର ଶରୀରକୁ ଗାଁ ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଥିଲା । ତାଙ୍କର ଜ୍ୟଷ୍ଠ ପୁତ୍ର ମହେନ୍ଦ୍ର ଭୋଇ ମୁଖାଗ୍ମି ଦେଇଥିଲେ । ବରିଷ୍ଠ ବୈଦ୍ୟରାଜ ପ୍ରଭାକର ଭୋଇଙ୍କ ପରଲୋକରେ ପଦ୍ମପୁର ପୂର୍ବତନ ବିଧାୟକ ତଥା ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ କୁମାର ପୁରୋହିତ, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି କାନ୍ତ ମିଶ୍ର, ବରିଷ୍ଠ ବିଜେପି ନେତା ଗୋବର୍ଦ୍ଧନ ଅଗ୍ରୱାଲ, ସରୋଜ ସାମଲ, କୈଳାସ ଦିଶ୍ରୀ ପ୍ରମୁଖ ଶୋକ ପ୍ରକାଶ କରିବା ସହ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।

jayashree
Leave A Reply

Your email address will not be published.