jsm

ବିଶ୍ୱ ହାତ ସ୍ୱଚ୍ଛତା ଦିବସ ପାଳିତ

csstore

କଣ୍ଟାବାଞ୍ଜି, (ମନୀଶ କୁମାର ହଂସ) : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅନୁରୋଧ କ୍ରମେ ସାରା ବିଶ୍ୱରେ ଆଜି ବିଶ୍ୱ ହାତ ସ୍ୱଚ୍ଛତା ଦିବସ ପାଳିତ ହେଉଛି । ବର୍ତ୍ତମାନ ସମୟରେ କରୋନାର ଦ୍ୱିତୀୟ ଲହର ତାର ପ୍ରାକୋପ ଜାରି ରଖିଥିବା ବେଳେ ଆଜିର ଦିବସଟି ବେଶ ମହତ୍ତ୍ୱପୂର୍ଣ୍ଣ ଅଟେ । ଜୁନିୟର ରେଡକ୍ରସ ପରାମର୍ଶଦାତା ତଥା ପ୍ରଧାନ ଶିକ୍ଷକ ବିରଞ୍ଚି ନାରାୟଣ ଦାଶ ଚଟୁଅନ୍‌କା ଗ୍ରାମ ପଞ୍ଚାୟତର ବିଭିନ୍ନ ସ୍ଥାନରେ ହାତ ଧୋଇବାର ସାତଟି ସୂତ୍ରକୁ ନିଜେ କରି ଦେଖେଇଥିଲେ ଏବଂ କିଛି ସେକେଣ୍ଡ ହାତ ଧୋଇଲେ ଜୀବନ ବଞ୍ଚି ପାରିବ ବୋଲି ବାର୍ତ୍ତା ଦେଇଥିଲେ । ଏହି କାର୍ୟ୍ୟକ୍ରମରେ ସ୍ୱାସ୍ଥ୍ୟକର୍ମୀ ଆଶିଷ ପଶାୟତ, ଅଙ୍ଗନବାଡ଼ି ବାସନ୍ତୀ ସୁନାନୀ, ରଶ୍ମିତା ଲୁହା, ଆଶା କର୍ମୀ ଜେମାମଣି କଲେତ, ସମାଜସେବୀ ଥମିର ଛତ୍ରିଆ ଓ ଶିକ୍ଷକ କିଶୋର ବରିହା ସହଯୋଗ କରିଥିଲେ ।

yuvodaya
Leave A Reply

Your email address will not be published.