jsm

ବାଇଡେନ ଉପରେ ବିଗିଡ଼ିଲା ଉତ୍ତର କୋରିଆ : ଆମେରିକାକୁ ଚେତାବନୀ

csstore

ଉତ୍ତର କୋରିଆ : ରାଷ୍ଟ୍ରପତି ଜୋ ବାଡେନ ଉପରେ ବିଗିଡ଼ି ଉତ୍ତର କୋରିଆ ଆମେରିକାକୁ ଚେତାବନୀ ଦେଇଛି । ଏହି ଚେତାବନୀ ଏହି ସମୟରେ ଦିଆଯାଇଛି, ଯେତେବେଳେ ଆମେରିକାର ରାଷ୍ଟ୍ରପତି ଉତ୍ତର କୋରିଆ ଏବଂ ଏହାର ଆଣବିକ କାର୍ୟ୍ୟକ୍ରମ ସମ୍ବନ୍ଧରେ ରଣନୀତି ଘୋଷଣା କରିବାକୁ ଯାଉଛନ୍ତି ।

ଉତ୍ତର କୋରିଆର ବୈଦେଶିକ ମନ୍ତ୍ରଣାଳୟ ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ, ବାଇଡେ଼ନ ତାଙ୍କ ନିକଟରେ ଦେଇଥିବା ଭାଷଣରେ ଉତ୍ତର କୋରିଆର ସୁରକ୍ଷା ପ୍ରତି ଏକ ବଡ ବିପଦ ରହିଛି ବୋଲି କହି ଆଗାମୀ ଦିନରେ ‘ଶତ୍ରୁ ନୀତି’ ଗ୍ରହଣ କରିବେ ବୋଲି କହିଛନ୍ତି ।

ଏହି ସପ୍ତାହ ଆରମ୍ଭରେ ରାଷ୍ଟ୍ରପତି ବାଇଡେନ ଉତ୍ତର କୋରିଆର ଆଣବିକ କାର୍ୟ୍ୟକ୍ରମକୁ ବିଶ୍ୱ ସୁରକ୍ଷା ପାଇଁ ଏକ ଘୋର ବିପଦ ବୋଲି ବର୍ଣ୍ଣନା କରିଛନ୍ତି ।

yuvodaya
Leave A Reply

Your email address will not be published.