jsm

ସାହିତ୍ୟିକ ମନୋଜ ଦାସଙ୍କ ବିୟୋଗରେ ନବୀନ ପ୍ରତିଷ୍ଠାନର ଶୋକ

csstore

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ସାହିତ୍ୟିକ ପଦ୍ମଭୂଷଣ ମନୋଜ ଦାସଙ୍କ ବିୟୋଗରେ ସ୍ଥାନୀୟ ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନ ପକ୍ଷରୁ ଗଭୀର ଶୋକପ୍ରକାଶ କରାଯାଇଛି । ନବୀନର ସଂପାଦକ ତଥା ପ୍ରତିଷ୍ଠାନର ସଭାପତି ରବି ରଥଙ୍କ ଆବାହକତ୍ୱରେ ଭିଡିଓ କଲ ଜରିଆରେ ଅନୁଷ୍ଠିତ ଶୋକସଭାରେ ବରିଷ୍ଠ ଭେଷଜବିତ ପ୍ରଫେସର ପି. ସି. ସାହୁ, ବୈଜ୍ଞାନିକ ଡ. ଡମ୍ବରୁଧର ସାହୁ, କବି କୃଷ୍ଣଚନ୍ଦ୍ର ତ୍ରିପାଠୀ, ସମାଜସେବୀ ରାମକୃଷ୍ଣ ପାତ୍ର, କପିଳ ଚନ୍ଦ୍ର ମହାନ୍ତି, ସୁଶାନ୍ତ କୁମାର କର, ବି. ସତ୍ୟମ୍‌ ଆ·ରୀ, ବନ୍ଦନା ମହାପାତ୍ର, କବି ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ, ଶିକ୍ଷାବିତ ରଞ୍ଜନ କୁମାର ସାହୁ, ସାମ୍ବାଦିକ ପବିତ୍ର ଚୌଧୁରୀ, ନବୀନର ପ୍ରକାଶିକା ମଞ୍ଜୁ ରଥ ପ୍ରମୁଖ ଅଂଶ ଗ୍ରହଣ କରି ବିଶ୍ୱ ସାହିତ୍ୟକୁ ମନୋଜ ଦାସଙ୍କ ଅବଦାନ ଅତୁଳନୀୟ ଏବଂ ତାଙ୍କ ବିୟୋଗରେ ଉଭୟ ଇଂରାଜୀ ଓ ଓଡିଆ ସାହିତ୍ୟ ଜଗତର ଯେଉଁ କ୍ଷତି ଘଟିଲା, ତାହା ଅପୂରଣୀୟ ବୋଲି କହିଥିଲେ । ଏହି ଅବସରରେ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ୍‌ ନୀରବ ପ୍ରାର୍ଥନା କରାଯାଇଥିଲା ।

yuvodaya
Leave A Reply

Your email address will not be published.