ଆସାମର ଉତ୍ତର-ପୂର୍ବରେ ଭୂକମ୍ପ : ୬.୪ ତୀବ୍ରତା ଅନୁଭୂତ

ସୋନିତପୁର : ବୁଧବାର ସକାଳେ ଆସାମର ସୋନିତପୁରରେ ହୋଇଥିବା ଭୂକମ୍ପରେ ତୀବ୍ର କମ୍ପନ ଘଟିଛି । ସକାଳ ୭. ୫୧ରେ ଏହି ଭୂକମ୍ପ ଘଟିଥିଲା । ରିକ୍‌ଟର୍‌ ସ୍କେଲରେ ହୋଇଥିବା ଭୂକମ୍ପର ମାତ୍ରା ୬.୪ ଥିଲା, ଯାହା ଉତ୍ତର-ପୂର୍ବ ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି କରିଥିଲା ।

ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ କହିଛନ୍ତି, ‘ଆସାମରେ ଏକ ବଡ଼ ଭୂକମ୍ପ ହୋଇଛି । ସମସ୍ତେ ନିରାପଦରେ ରହିବା ପାଇଁ ମୁଁ ପ୍ରାର୍ଥନା କରୁଛି । ସମସ୍ତେ ସତର୍କ ରୁହନ୍ତୁ । ସମସ୍ତ ଜିଲ୍ଲାରୁ ସୂଚନା ନିଆଯାଉଛି ।

ପଡୋଶୀ ରାଜ୍ୟ ମେଘାଳୟ ଏବଂ ପଶ୍ଚିମବଙ୍ଗର ଉତ୍ତର ଭାଗରେ ସମଗ୍ର ଅଞ୍ଚଳରେ ଏହି କମ୍ପନ ଅନୁଭୂତ ହୋଇଥିବା ଅଧିକାରୀ କହିଛନ୍ତି । ସକାଳ ୭.୫୧ରେ ସୋନିଟପୁର ଜିଲ୍ଲାରେ ଏହି ଭୂକମ୍ପ ହୋଇଥିଲା । ଏହା ପରେ ସକାଳ ୭.୫୭ ଏବଂ ସକାଳ ୮.୦୦ ରେ ଆଉ ଦୁଇଟି ଭୂକମ୍ପ ଅନୁଭୂତ ହୋଇଥିଲା । ଏହି ଭୂକମ୍ପଗୁଡିକ ରିକ୍ଟର ସ୍କେଲରେ ୪.୩ ଏବଂ ୪.୪ ରେକର୍ଡ କରାଯାଇଥିଲା ।

ଅଧିକାରୀ କହିଛନ୍ତି ଯେ, ଏହି ଅଞ୍ଚଳର ଅଧିକାଂଶ ସ୍ଥାନରେ ଭୂକମ୍ପ ଅନୁଭୂତ ହୋଇଛି । ଲୋକମାନେ ଘରୁ ଓ ଅନ୍ୟ ସ୍ଥାନରୁ ଭୟଭୀତ ହୋଇ ବାହାରକୁ ଆସିଥିଲେ । ସୋନିତପୁରର ଜିଲ୍ଲା ମୁଖ୍ୟାଳୟ ତେଜପୁର, ଗୁଆହାଟି ଏବଂ ଅନ୍ୟାନ୍ୟ ଅଞ୍ଚଳରେ ଅନେକ ଅଟ୍ଟାଳିକା ଫାଟିଯାଇଛି । ତେବେ ଏପର୍ୟ୍ୟନ୍ତ କୌଣସି କ୍ଷୟକ୍ଷତି ହୋଇନାହିଁ ।

Leave A Reply

Your email address will not be published.