କୋଭିଡ୍‌ରେ ଆକ୍ରା‌ନ୍ତ ହୋଇ ଚାଲିଗଲେ ସଙ୍ଗୀତ ନିର୍ଦ୍ଦେଶକ ଶ୍ରବଣ

ମୁମ୍ୱାଇ : ସୁପରହିଟ ରୋମାଣ୍ଟିକ ସଙ୍ଗିତ ଭେଟି ଦେଇଥିବା ସଙ୍ଗୀତ ନିର୍ଦ୍ଦେଶକ ନଦିମ-ଶ୍ରବଣ ଯୋଡ଼ି ମଧ୍ୟରୁ ଚାଲିଗଲେ ଶ୍ରବଣ । ମୃତ୍ୟୁ ବେଳକୁ ତା‌ଙ୍କୁ ୬୭ ବର୍ଷ ହେଉଥିବା ବେଳେ କୋଭିଡ୍‌ରେ ଆକ୍ରା‌ନ୍ତ ହୋଇ ସେ ମୁମ୍ବାଇର ରାହେଜା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଫୁସଫୁସରେ ପାଣି ଜମି ରହିଥିବା ବେଳେ ତାଙ୍କ ହାର୍ଟରେ ସମସ୍ୟା ରହିଥିଲା । ତେଣୁ ଗୁରୁତର ଅବସ୍ଥାରେ ତାଙ୍କୁ ଭେଣ୍ଟିଲେଟରେ ରଖାଯାଇଥିଲା । ତେବେ ଅନେକ ଚେଷ୍ଟା ପରେ ମଧ୍ୟ ଡାକ୍ତରମାନେ ଶ୍ରବଣ‌ଙ୍କୁ ବଞ୍ଚାଇବାରେ ବିଫଳ ହୋଇଥିଲେ । ଗତ ରାତି ୯.୩୦ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ବିୟୋଗରେ ବଲିଉଡର ବହୁ କଳାକାର ଟ୍ୱିଟ୍ କରି ଶୋକ ପ୍ରକାଶ କରିବା ସହିତ ଶ୍ରବଣଙ୍କ ବିୟୋଗକୁ ସହଜେ ବିଶ୍ୱାସ କରିପାରୁନଥିବା କହିଛନ୍ତି ।

Leave A Reply

Your email address will not be published.