lika

କୋଭିଡ୍‌ ଯୋଦ୍ଧାଙ୍କୁ ପ୍ରଶାସନର ଅଣଦେଖା : ସିଡିଏମଓଙ୍କୁ ଦାବୀପତ୍ର

gbag

ସଇଁନ୍ତଲା, (ଅଜିତ କୁମାର ସାହୁ) : କରୋନା ମହାମାରୀ ଯୋଗୁଁ ଅନେକ ଲୋକଙ୍କ ଜୀବନ ଯାଇଥିବା ବେଳେ ଅନେକ ଲୋକ ଘରୁ ବାହାରିବା ପାଇଁ ମଧ୍ୟ ଭୟ କରୁଛନ୍ତି । କରୋନାରେ ଜଣେ ବ୍ୟକ୍ତି ଯଦି ମୃତ୍ୟୁ ବରଣ କରେ ସେହି ଶବକୁ ଛୁଇଁବା ପାଇଁ ତାଙ୍କ ପରିବାର ଲୋକେ ଭୟ କରୁଥାଆନ୍ତି ହେଲେ ନିଜ ଜୀବନକୁ ବାଜିରେ ଲଗାଇ ନିଜ ପରିବାରକୁ ଭୁଲି ଯାଇ ଦିନ ରାତି ଏକ କରି କରୋନା ମହାମାରୀ ସାଙ୍ଗରେ ଯୁଦ୍ଧ କରି ଲୋକଙ୍କ ଜୀବନ ବଞ୍ଚାଇ ଚିକିତ୍ସା କରିଥାଆନ୍ତି । ହେଲେ ଏହି ଯୋ‌ଦ୍ଧା ମାନ‌ଙ୍କୁ ପ୍ରଶାସନ ଅଣଦେଖା କରୁଥିବା ନେଇ ବଲାଙ୍ଗିର ସ୍ୱ।ସ୍ଥ୍ୟ ବିଭାଗର ଆରବିଏସକେ ଅଧୀନରେ ଥିବା କାର୍ୟ୍ୟରତ ଡାକ୍ତର, ଫାର୍ମାସିଷ୍ଟ, ଏଏନଏମ ମାନେ ଏକ ଦାବୀପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି । ସେମାନେ ଆଗ ଧାଡ଼ିର ଯୋଦ୍ଧା ଭାବରେ କାମ କରୁଥିବା ବେଳେ ତାଙ୍କ କାର୍ଯ୍ୟକୁ ନେଇ ଅଣଦେଖା କରାଯାଉଥିବା ବେଳେ ଅସନ୍ତୋଷ ପ୍ରକାଶ ପାଇଛି । ଗତ ବର୍ଷ ସେମାନଙ୍କୁ କୌଣସି ଇନସେଟିଭ ମିଳିନଥିଲା । ଏଥର ସବୁ ଇନସେଟିଭ ସହ ଅନ୍ୟ ସବୁ ବେନିଫିଟ ଦେବାକୁ ଜିଲ୍ଲାପାଳଙ୍କୁ ନିବେଦନ କରିଥିବା ବେଳେ ସିଡିଏମଓଙ୍କୁ ମଧ୍ୟ ଜଣାଇଛନ୍ତି । ଆରବିଏସକେ ସଂଘ ସଭାପତି ଡ଼ା. ବିଶ୍ୱଜିତ ମିଶ୍ର, ଉପସଭାପତି ଗଜାନନ ପଟେଲ, କୋଷାଧ୍ୟକ୍ଷ ହୃଦାନନ୍ଦ ମେହେର, ଡ଼ା.ମଧୁସ୍ମିତା ମେହେର, ଡ଼ା.ଚିନ୍ମୟି ପାଠୀ, ଡ଼ା. ବିମ୍ବାଧର ମିଶ୍ର ପ୍ରମୁଖ ଜିଲ୍ଲାପାଳଙ୍କୁ ଇନସେନଟିଭ ପାଇଁ ଅନୁରୋଧ ଜଣାଇଛନ୍ତି । ଜିଲ୍ଲାପାଳ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି ଯେ ତାଙ୍କ ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି ।

babaa
Leave A Reply

Your email address will not be published.