କିସ ଆଦିବାସୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ଏକାଦଶ ପର୍ୟ୍ୟାୟ ବିଭିନ୍ନ ସାମଗ୍ରୀ ପ୍ରଦାନ : କିସରେ ପୁଣି ଆରମ୍ଭ ହେଲା ନିଃଶୁଳ୍କ କୋଭିଡ ହସ୍ପିଟାଲ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସମଗ୍ର ବିଶ୍ୱରେ ଦ୍ଵିତୀୟ ଲହର କରୋନା ଜନିତ କଟକଣା ସମୟରେ ସମ୍ପୂର୍ଣ ନିଃଶୁଳ୍କ ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ କିସ୍‌ କିଟ୍‌ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ତଥା ରାଷ୍ଟ୍ରୀୟ କନ୍ୟା କିରଣର ପ୍ରତିଷ୍ଠାତା, ଅନ୍ତର୍ଜାତୀୟ ଆର୍ଟ ଅଫ ଗିଭିଙ୍ଗର ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତ, କଳିଙ୍ଗ ଇନସ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସ (କିସ)ର ଛାତ୍ରଛାତ୍ରୀ ମାନଙ୍କ ଉଚ୍ଚ ଶିକ୍ଷା, ଗୁଣାତ୍ମକ ଶିକ୍ଷା, ଅନ ଲାଇନ ଶିକ୍ଷା ବ୍ୟବସ୍ଥାକୁ ଅନବରତ ଜାରି ରଖିବା କାର୍ୟ୍ୟକ୍ରମ ହାତକୁ ନେଇ ସାରା ବିଶ୍ୱରେ ଉଦାହରଣ ସୃଷ୍ଟି କରିଛନ୍ତି । କରୋନା କଟକଣା ପରିସ୍ଥିତିରେ କିସ ଛାତ୍ରଛାତ୍ରୀ ମାନଙ୍କୁ ନୀରବିଛିନ୍ନ ପୁରାପୁରି ମାଗଣା ଶିକ୍ଷା ଦାନ ପାଇଁ କିସ ତରଫରୁ ଅନ ଲାଇନ ଲାଇଭ କ୍ଲାସ ଏବଂ କଳିଙ୍ଗ ଟିଭି ମାଧ୍ୟମରେ ଲାଇଭ କ୍ଲାସ ଶିକ୍ଷା ପ୍ରଦାନ କରାଯାଉଛି । ଦଶମ, ଦ୍ୱାଦଶ, +୩ ଏବଂ ପିଜି ଛାତ୍ରଛାତ୍ରୀ ମାନଙ୍କୁ ପ୍ରୋଜେକ୍ଟର ମାଧ୍ୟମରେ ଶିକ୍ଷା ପ୍ରଦାନ ସହିତ କିସ କିଟ ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତଙ୍କ ନିର୍ଦ୍ଦେଶ କ୍ରମେ କିସର ଶିକ୍ଷକ ମାନେ ପ୍ରତିମାସ ଛାତ୍ରଛାତ୍ରୀ ମାନଙ୍କ ପାଠପଢା ଅନୁଧ୍ୟାନ କରିବାକୁ ପ୍ରତି ବ୍ଲକକୁ ଆସୁଛନ୍ତି । କିସ କିଟ ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତଙ୍କ ଅବଦାନ ଫଳରେ ଏକାଦଶ ପର୍ୟ୍ୟାୟ ପାଠ୍ୟ ଉପକରଣ, ଦ୍ଵିତୀୟ ଶ୍ରେଣୀରୁ ନବମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କ ପାଇଁ କରାଯାଇଥିବା ପରୀକ୍ଷା ପ୍ରଶ୍ନପତ୍ର ସଂଗ୍ରହ, ଶୁଖିଲା ଖାଦ୍ୟ ସାମଗ୍ରୀ, ସାନିଟାଇଜର ଆଦି ସମସ୍ତ ବ୍ଲକରେ ବଣ୍ଟନ କରାଯାଇଛି । ଆଜି ବଲାଙ୍ଗିର ଜିଲ୍ଲାର ଚଉଦ ଗୋଟି ବ୍ଲକରେ କିଟ ବିଶ୍ୱବିଦ୍ୟାଳୟ ର ୨ ଟି ବସ ଯୋଗେ ସାମଗ୍ରୀ ପହଞ୍ଚିଥିଲା । ଆଜି ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର କର୍ମକର୍ତ୍ତା ମାନେ ପାଠ୍ୟ ଉପକରଣ, ଶୁଖିଲା ଖାଦ୍ୟ ସାମଗ୍ରୀ, ସାନିଟାଇଜର ଇତ୍ୟାଦି ବଣ୍ଟନ କରିବାରେ ସହଯୋଗ କରିଥିଲେ । ସୂଚନାଯୋଗ୍ୟ ଯେ କରୋନା ମହାମାରୀ ଭୁତାଣୁ ଜନିତ ଲକ ଡାଉନ କଟକଣା ଯୋଗୁଁ ମାର୍ଚ୍ଚ ମାସ ଦ୍ଵିତୀୟ ସପ୍ତାହରୁ ଭାରତ ତଥା ଓଡିଶାର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । କିସ ଆଦିବାସୀ ବିଶ୍ୱବିଦ୍ୟାଳୟ ଭୁବନେଶ୍ୱରରେ ଅଧ୍ୟୟନରତ ତିରିଶ ହଜାର ଆଦିବାସୀ ଛାତ୍ରଛାତ୍ରୀ ମଧ୍ୟ କରୋନା ଆତଙ୍କର ପ୍ରଭାବ ଯୋଗୁଁ ନିଜ ନିଜ ଗାଁରେ ରହୁଛନ୍ତି । କିସର ଛାତ୍ରଛାତ୍ରୀ ମାନଙ୍କ ସୁରକ୍ଷା ଚିନ୍ତା ସହିତ ପାଠପଢା ଅବ୍ୟାହତ ରଖିବା ପାଇଁ କିସ ଆଦିବାସୀ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଡ.ସାମନ୍ତ ଛାତ୍ରଛାତ୍ରୀ ମାନଙ୍କୁ ପ୍ରଥମ ପର୍ୟ୍ୟାୟରେ ସାନିଟାଇଜର ସାମଗ୍ରୀ, ଚାଉଳ, ଚୁଡା, ବିସ୍କୁଟ, ଚିନି, ଶୁଖିଲା ଖାଦ୍ୟ ସାମଗ୍ରୀ, ଦ୍ଵିତୀୟ ପର୍ୟ୍ୟାୟରେ ପାଠ୍ୟପୁସ୍ତକ, ଶୁଖିଲା ଖାଦ୍ୟ ସାମଗ୍ରୀ, ସାନିଟାଇଜର ସାମଗ୍ରୀ, ତୃତୀୟ ପର୍ୟ୍ୟାୟରେ ଆଦର୍ଶ ପ୍ରଶ୍ନପତ୍ର, ଶୁଖିଲା ଖାଦ୍ୟ ସାମଗ୍ରୀ, ଝିଅ ମାନଙ୍କ ଡ୍ରେସ ଏବଂ ଚତୁର୍ଥ ପର୍ୟ୍ୟାୟରେ ଟି ସାର୍ଟ, ଶୁଖିଲା ଖାଦ୍ୟ ସାମଗ୍ରୀ, ସାବୁନ ଇତ୍ୟାଦି ପଠାଇଥିବା ବେଳେ ପଞ୍ଚମ ପର୍ୟ୍ୟାୟରେ ପ୍ଲସ ଟୁ, ପ୍ଲସ ଥ୍ରୀ ପିଲାଙ୍କ ପାଇଁ ପାଠ୍ୟ ପୁସ୍ତକ, ପାଠ୍ୟ ଉପକରଣ, ବିସ୍କୁଟ, ଚୁଡା, ଚାଉଳ, ଚିନି, ଡାଲି ପଠାଇଛନ୍ତି ।

ସମ୍ପୂର୍ଣ ନିଃଶୁଳ୍କ ନିରନ୍ତର ପାଠପଢା ଚାଲୁ ରଖିବା ପାଇଁ କଳିଙ୍ଗ ଟିଭି ମାଧ୍ୟମରେ ଶିକ୍ଷାଦାନ, ଅନଲାଇନ ଶିକ୍ଷାଦାନ ମଧ୍ୟ ବ୍ୟବସ୍ଥା ଜାରି ରଖିଛନ୍ତି । କିସ କିଟ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତଙ୍କ ଗରିବ ଆଦିବାସୀ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଯୁଗାନ୍ତକାରୀ ପ୍ରୟାସ ଏବଂ ଐତିହାସିକ କାର୍ୟ୍ୟକୁ ଆଦିବାସୀ ମାନେ କୃତଜ୍ଞତା ଜଣାଇଛନ୍ତି । ଏହା ସହିତ କରୋନା ସଂକ୍ରମଣ ରୋଗୀ ମାନଙ୍କ ଉନ୍ନତ ମାନର ମାଗଣା ଚିକିତ୍ସା ସକାଶେ କିସ୍‌ରେ କିଟ ପ୍ରତିଷ୍ଠାତା ଡ.ସାମନ୍ତ ପୁଣି କିମ୍ସ ହସ୍ପିଟାଲ ଆନୁକୂଲ୍ୟରେ କୋଭିଡ ହସ୍ପିଟାଲ କରିଥିବାରୁ ଆଦିବାସୀ ମାନେ ଏହାକୁ ପ୍ରଶଂସା କରିଛନ୍ତି । କିସ ତରଫରୁ ପ୍ରଦତ୍ତ ବିଭିନ୍ନ ସାମଗ୍ରୀ ବଣ୍ଟନ କାର୍ୟ୍ୟକ୍ରମରେ ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘର ମହାସଚିବ ନିରଞ୍ଜନ ବିଶି, ବ୍ଲକ ସଭାପତି ଅଷ୍ଟରତ୍ନ ବରିହା, ବିପ୍ର ବିଶି, ପଦ୍ମନ ପ୍ରଧାନୀ, ଶରତ ଚନ୍ଦ୍ର ସିଂ ଭୋଇ, ଦୁଃଖିଶ୍ୟାମ ଭୋଇ, ଘିମାନନ୍ଦ ଭୋଇ, ଖେଳନ୍ତି ସମରଥ, ବଳଦେବ ଭୋଇ, ଶ୍ୟାମ ସୁନ୍ଦର ଭୋଇ, ସନ୍ତୋଷ ପୁଟା, ଘନଶ୍ୟାମ ପ୍ରଧାନୀ, ଶ୍ରୀମତୀ ବନଲତା ମାଝି, ଚୌବନ କିଶୋର ମାଝି, ସୁଦାମ ଚରଣ ଭୋଇ, ଡମ୍ବରୁ ଧରୁଆ, ସାରଥୀ ବାଗ, ଭୂପାଲ ବିଶ୍ୱାଳ, ମନବୋଧ ବରିହା, ଅଚ୍ୟୁତ ଧରୁଆ, ବିକ୍ରମ ଭୋଇ, ବିଜୟ କାଲସାଏ, ରାଜୀବ କୁଅଁର,
ଘନ ଭୋଇ, ଟିକେଶ୍ୱର ଧରୁଆ, ଧରମସିଂ ଧରୁଆ, ଦଶରଥ ଛତ୍ରିଆ ପ୍ରମୁଖ ସହଯୋଗ କରିଥିଲେ । ପଶ୍ଚିମ ଓଡିଶା ତଥା ବଲାଙ୍ଗିର ଜ଼ିଲ୍ଲାରେ କରୋନା ମହାମାରୀର ସଂକ୍ରମଣକୁ ଉପଲବ୍ଧି କରି ଡ. ଅଚ୍ୟୁତ ସାମନ୍ତ ପୁଣି ବଲାଙ୍ଗିର କିସ୍‌ରେ କୋଭିଡ ହସ୍ପିଟାଲରେ ସମ୍ପୂର୍ଣ ମାଗଣା ଚିକିତ୍ସା ବ୍ୟବସ୍ଥା ଆରମ୍ଭ କରିଛନ୍ତି । ବଲାଙ୍ଗିର ଜ଼ିଲ୍ଲାର ଜନସାଧାରଣଙ୍କ ଅମୁଲ୍ୟ ଜୀବନ ସୁରକ୍ଷା ପାଇଁ ଡ.ସାମନ୍ତଙ୍କ ମହାନ ଅବଦାନକୁ ସର୍ବସାଧାରଣ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.