ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ‌ଙ୍କ ବଲାଙ୍ଗିର ଗ‌ସ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ଅଭୟ ଆଜି ପୂର୍ବାହ୍ନରେ ବଲାଙ୍ଗିର ଗସ୍ତରେ ଆସିଛନ୍ତି । ସେ ହେଲିକପ୍ଟର ଯୋଗେ ମନୋହରପୁର ପୋଲିସ ପଡ଼ିଆ ହେଲିପ୍ୟାଡରେ ପହଞ୍ଚି ସ୍ଥାନୀୟ ରିଜର୍ଭ ପୋଲିସ କାର୍ୟ୍ୟାଳୟକୁ ପହଂଚିଥିଲେ । ଜିଲାର କୋଭିଡ୍‌ ପରିସ୍ଥିତି ଓ ଆଇନଶୃଙ୍ଖଳା ଉପରେ ସମୀକ୍ଷା କରିବା ପରେ ଆଦର୍ଶ ଟାଉନ ଥାନା ଓ ସଦର ଥାନା ପରିଦର୍ଶନ କରିଥିଲେ । ଡିଜି ଜିଲାରେ କୋଭିଡ ଗାଇଡ୍‌ ଲାଇନ୍‌କୁ କଡ଼ାକଡ଼ି ପାଳନ କରିବାକୁ ପରାମର୍ଶ ଦେଇଥିବା ସୂଚନାରେ କୁହାଯାଇଛି ।

Leave A Reply

Your email address will not be published.