ଦଶମ ପରୀକ୍ଷାକୁ ବାତିଲ କଲେ ରାଜ୍ୟ ସରକାର

ଭୁବନେ‌ଶ୍ୱର, (ସୁଶା‌ନ୍ତ ସାହୁ) : : କରୋନା ସଂକ୍ରମଣକୁ ଦେଖି ଆଜି ଆଜି ରାଜ୍ୟ ସରକାର ପକ୍ଷରୁ ଏକ ବଡ ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ସିବିଏସଇ ବୋର୍ଡ ଦଶମ ପରୀକ୍ଷାକୁ ବାତିଲ କରିଥିବା ବେଳେ ରାଜ୍ୟ ସରକାର ମାଧ୍ୟମିକ ଶିକ୍ଷା ପରିଷଦ ଦ୍ଵାରା ପରିଚାଳିତ ଦଶମ ପରୀକ୍ଷାକୁ ସ୍ଥଗିତ ରଖିଥିଲେ । ହେଲେ ଆଜି ଏହାକୁ ସଂପୂର୍ଣ୍ଣ ଭାବେ ରାଜ୍ୟ ସରକାର ବାତିଲ କରିଛନ୍ତି । ଏନେଇ ପ୍ରେସ୍‌ମିଟ ଜରିଆରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି । ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା ଫଳ ବୋର୍ଡ ନିର୍ଦ୍ଧାରଣ କରିବ । ଯଦି ଏହି ଫଳାଫଳରେ କୌଣସି ଛାତ୍ରଛାତ୍ରୀ ଅସହମତି ପ୍ରକାଶ କରନ୍ତି, ତେବେ ସେମାନେ ଆଗାମୀ ଦିନରେ ପରୀକ୍ଷା ଦେଇପାରିବେ ବୋଲି ମଧ୍ୟ ମ‌ନ୍ତ୍ରୀପ୍ରକାଶ କରିଛ‌ନ୍ତି ।

Leave A Reply

Your email address will not be published.