ଝାରବନ୍ଧ ବ୍ଲକ ପାଇଁ ସାଂସଦ ପ୍ରତିନିଧି ହରିହର ସାହୁଙ୍କୁ ମନୋନୀତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ସାଂସଦ ସୁରେଶ ପୂଝାରୀ ଝାରବନ୍ଧ ବ୍ଲକ ପାଇଁ ବରିଷ୍ଠ ବିଜେପି ନେତା ହରିହର ସାହୁଙ୍କୁ ମନୋନୀତ କରିଛନ୍ତି । ଶ୍ରୀ ସାହୁ ଏହା ପୂର୍ବରୁ ଝାରବନ୍ଧ – ୨ ଜୋନ ଜିଲ୍ଲାପରିଷଦ ସଦସ୍ୟ, ଭଣ୍ତାରପୁରୀ ଗ୍ରାମ ପଞ୍ଚାୟତ ସମିତି ସଭ୍ୟ, ବ୍ଳକ ସମିତି ସଂଘ ସଭାପତି ଭାବେ ନିର୍ବାଚିତ ହୋଇ କାମ କରି ସାରିଛନ୍ତି । ବିଭିନ୍ନ ଶିକ୍ଷାନୁଷ୍ଠାନ, ସାମାଜିକ ତଥା ସମବାୟ କ୍ଷେତ୍ରରେ ସୁଚାରୁ ରୂପେ ଦାୟିତ୍ୱ ସଂପାଦନ କରି ଆସିଛନ୍ତି । ଡଭା କଲେଜ ପ୍ରତିଷ୍ଠାତା ସଂପାଦକ, କୁଲତା ସମାଜ ସଂପାଦକ, ଡଭା ସେବା ସମବାୟରୁ ଦୁଇ ଥର ବୋର୍ଡ ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ । ବିଜେପିରେ ତୃଣମୂଳରୁ ସଂଗଠନ କାମ କରି ଝାରବନ୍ଧ ବ୍ଲକ ସାଧାରଣ ସଂପାଦକ, ସଭାପତି, ବରଗଡ ଜିଲ୍ଲା ସାଧାରଣ ସଂପାଦକ, ଉପ ସଭାପତି, କିଷାନ ମୋର୍ଚ୍ଚା ସାଧାରଣ ସଂପାଦକ, ରାଜ୍ୟ କିଷାନ ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ, ଭଟଲି ବିଧାନ ସଭା ପ୍ରଭାରୀ, ଛତିଶଗଡ ବସନା ବିଧାନ ସଭା ପ୍ରଭାରୀ, ବର୍ତ୍ତମାନ ରାଜ୍ୟ ପରିଷଦ ସଦସ୍ୟ ଦାୟି‌ତ୍ୱ ନିର୍ବାହ କରୁଛନ୍ତି । ଏହା ପୂର୍ବରୁ ପଦ୍ମପୁର ବିଧାନ ସଭାର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କ ପ୍ରତିନିଧି ଭାବେ ଝାରବନ୍ଧ ବ୍ଲକରେ ଦାୟି‌ତ୍ୱ ନିର୍ବାହ କରି ଆସିଛନ୍ତି । ଆଜି ତାଙ୍କ ପ୍ରତିକ୍ରିୟାରେ ହରିହର ସାହୁ ବରଗଡ ଲୋକ ସଭା ସାଂସଦ ସୁରେଶ ପୂଜାରୀ ଓ ପଦ୍ମପୁର ପୂର୍ବତନ ବିଧାୟକ ତଥା ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତଙ୍କୁ କୃତଜ୍ଞତା ଜ୍ଞାପନ କରି କହିଛନ୍ତି ଯେ, ମୋ ଉପରେ ସାଂସଦ ଆସ୍ଥା ପ୍ରକଟ କରି ଦାୟିତ୍ୱ ଦେଇ ଥିବାରୁ ପ୍ରତ୍ୟେକ କାମକୁ ଲୋକାଭିମୁଖୀ କରି ଜନ ସାଧାରଣଙ୍କୁ ସାହାଯ୍ୟ କରିବା ପାଇଁ ଦୃଢୋକ୍ତି ପ୍ରକାଶ କରିଛନ୍ତି । ହରିହର ସାହୁଙ୍କୁ ଝାରବନ୍ଧ ବ୍ଲକ ସାଂସଦ ପ୍ରତିନିଧି ମନୋନୀତ ହେବା ପରେ ଝାରବନ୍ଧ ମଣ୍ତଳ ସଭାପତି ମିଳନ ପାଣ୍ତେ, ଜଗଦଲପୁର ମଣ୍ତଳ ସଭାପତି ହରେକୃଷ୍ଣ ପଟେଲ, ବରଗଡ ଜିଲ୍ଲା କୃଷକ ମୋର୍ଚ୍ଚା ସାଧାରଣ ସଂପାଦକ ମଦନ ମୋହନ ପଟେଲ, ଝାରବନ୍ଧ ଜିଲ୍ଲା ପରିଷଦ ସଦସ୍ୟା କୁମୁଦିନୀ ସାହୁ, ଝାରବନ୍ଧ ବଣିକ ସଂଘ ସଂପାଦକ ଅଜିତ ସାହୁ, ସାମନ୍ତ ଶେଖର ମୁନା, ଆଇନଜୀବୀ ଜୟ କୁମାର ନିଗମ, ଯୁବ ମୋର୍ଚ୍ଚା ସଭାପତି ସତ୍ୟମ ପ୍ରଧାନ, ବବଲୁ ଭୋଇ, ଅକ୍ଷୟ ପ୍ରଧାନ ପ୍ରମୁଖ ଅଭିନନ୍ଦନ ଜଣାଇବା ସହ ଖୁସି ବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.