ବିସ୍ପୋଟ ମୁହାଁ କରୋନା : ଆଜି ରାଜ୍ୟରେ ୪୭୬୧ ନୂଆ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ୮୨୦, ସୁନ୍ଦରଗଡ଼ରୁ ୬୭୩ ଓ ବଲାଙ୍ଗିରରୁ ୩୨୨

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଉପରମୁହାଁ କରୋନା ସଂକ୍ରମଣ ଦିନକରେ ୪ ହଜାର ୭ ଶହ ଟପିଥିବା ଆଜି ଦେଖିବାକୁ ମିଳିଛି । ଏବେ ଦେଶରେ ମଧ୍ୟ ବ୍ଲାଷ୍ଟିଂ ସଂକ୍ରମଣ ସାବ୍ୟସ୍ତ କରିଛି କରୋନା । ସେହିଭଳି ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୪୭୬୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୭୮୫ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୧୯୭୬ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୮୧, ବାଲେଶ୍ୱରରୁ ୮୪, ବରଗଡ଼ରୁ ୧୯୮, ଭଦ୍ରକରୁ ୬୩, ବଲାଙ୍ଗିରରୁ ୩୨୨, ବୌଦ୍ଧରୁ ୨୩, କଟକରୁ ୧୭୬, ଦେବଗଡ଼ରୁ ୩୧, ଢେ଼ଙ୍କାନାଳରୁ ୬, ଗଜପତିରୁ ୩୧, ଗଂଜାମରୁ ୪୯, ଜଗତସିଂହପୁରରୁ ୨୨, ଯାଜପୁରରୁ ୮୬, ଝାରସୁଗୁଡ଼ାରୁ ୨୩୪, କଳାହାଣ୍ଡିରୁ ୧୬୭, କନ୍ଧମାଳରୁ ୨୫, କେନ୍ଦ୍ରାପଡ଼ାରୁ ୫୦, କେଉଁଝରରୁ ୧୦୩, ଖୋର୍ଦ୍ଧାରୁ ୮୨୦, କୋରାପୁଟରୁ ୩୧, ମାଲକାନଗିରିରୁ ୬, ମୟୁରଭଂଜରୁ ୮୬, ନବରଂଗପୁରରୁ ୧୫୪, ନୟାଗଡ଼ରୁ ୬୩, ନୂଆପଡ଼ାରୁ ୫୩୪, ପୁରୀରୁ ୧୯୩, ରାୟଗଡ଼ାରୁ ୬୦, ସମ୍ବଲପୁରରୁ ୧୮୩, ସୋନପୁରରୁ ୪୭, ସୁନ୍ଦରଗଡ଼ରୁ ୬୭୩ ଓ ଷ୍ଟେଟ ପୁଲ୍‌ରୁ ୧୬୦ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଏବେ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୭୮୨୧ ରହିଛି ।

Leave A Reply

Your email address will not be published.