ଶିକ୍ଷକଙ୍କୁ ରେଳ ଷ୍ଟେସନରେ କରୋନା ଡ୍ୟୁଟି

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ସରକାରଙ୍କ ନିର୍ଦ୍ଦେଶାନୁସାରେ ତୁରେକେଲା ବ୍ଳକ ଓ କଣ୍ଟାବାଞ୍ଜି ଏନ୍‌ଏସି ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକମାନଙ୍କୁ କଣ୍ଟାବାଞ୍ଜି ରେଳ ଷ୍ଟେସନରେ ନିଯୁକ୍ତି କରାଯାଇଛି । ବିଭିନ୍ନ ରାଜ୍ୟରୁ ରେଳ ଯୋଗେ ଫେରୁଥିବା ପ୍ରବାସୀ ମାନଙ୍କର ରେଜିଷ୍ଟ୍ରେସନ କରିବାକୁ ଶିକ୍ଷକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।ଶିକ୍ଷକମାନଙ୍କୁ କୌଣସି ପ୍ରକାରର ସୁବିଧା ଯେପରିକି ମାସ୍କ, ସେନିଟାଇଜର, ପିପିଇ କିଟ, ଥର୍ମାଲ ସ୍କେନର, ଇନସୁରେନ୍ସ ଯୋଗାଇ ଦିଆ ଯାଇ ନାହିଁ । ବିଶେଷ ସୂଚନାରୁ ପ୍ରାପ୍ତ ଯେ ରେଳ ଷ୍ଟେସନରେ ନିଯୁକ୍ତ ହୋଇଥିବା ଦୁଇ ଜଣ ଶିକ୍ଷକ କରୋନା ପଜିଟିଭ ହୋଇଥିବା ବେଳେ ଅନେକ ଜ୍ୱର ଓ ଥଣ୍ଡାର ଶିକାର ହୋଇଛନ୍ତି । ଶିକ୍ଷକ ମାନେ ଭୟରେ ନିଜ ଜୀବନକୁ ବାଜି ଲଗାଇ କାର୍ୟ୍ୟ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି । ବୁଦ୍ଧିଜୀବୀ ମହଲ ତଥା ଶିକ୍ଷକ ସଂଘ ପକ୍ଷରୁ ଯଥା ଶୀଘ୍ର ସମସ୍ତ ସୁବିଧା ଯୋଗାଇ ଦେବା ପାଇଁ ବିରଞ୍ଚି ନାରାୟଣ ଦାଶ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.