pr

ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ସ୍ଵାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପ୍ରତିଷ୍ଠା ସପ୍ତାହ ପାଳିତ

dr. purohit

ଦେଓଗାଁ, (ମନୀଷ କୁମାର ସାହୁ) : ଏପ୍ରିଲ ୧୪ତାରିଖରୁ ଏକ ସପ୍ତାହ ଧରି ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ସ୍ଵାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପ୍ରତିଷ୍ଠା ସପ୍ତାହ ପାଳନ କରାଯାଉଛି । ଏକ ଆଦର୍ଶ ସ୍ଵାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଭାବେ ଗଣମାଧ୍ୟମରେ ଚର୍ଚ୍ଚାରେ ରହି ଆସିଥିବା ଦେଓଗାଁ ବ୍ଳକ ରାମଚନ୍ଦ୍ରପୁର ଡାକ୍ତରଖାନାକୁ ଆଜି ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଲ ରାଣା ଗସ୍ତରେ ଆସିଥିଲେ । ଏହି ସ୍ଵାସ୍ଥ୍ୟକେନ୍ଦ୍ର ସ୍ଵାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ପରିବର୍ତ୍ତନ ହେବା ପରଠରୁ ଯେଭଳି ଭାବେ ସାଜସଜ୍ଜା ହୋଇଛି ଦେଖି ଖୁସିବ୍ୟକ୍ତ କରିଥିଲେ। ଡାକ୍ତରଖାନା ଦାୟିତ୍ଵରେ ଥିବା ଆୟୁଷ ଡାକ୍ତର ଲଳିତ କୁମାର ସାହୁଙ୍କୁ ସବିଶେଷ ପଚାରି ବୁଝିବାପରେ ଯଥା ଶୀଘ୍ର ଆନୁସଂଘାକ ଷ୍ଟାଫ ସହ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେବାର ପ୍ରତିଶୃତି ଦେଇଥିଲେ । ଗସ୍ତ ସମୟରେ ସାଙ୍ଗରେ ଦେଓଗାଁ ବ୍ଳକ ଚେୟାରମ୍ୟାନ ରୀନା ମେହେର ଏବଂ ବିଡିଓ ମଧ୍ୟ ଉପସ୍ଥିତ ଥିଲେ ।

nrusinghnath
Leave A Reply

Your email address will not be published.