ରାଜ୍ୟରେ ଆଜି ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୪୪୫

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୪୪୪୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୫୭୪ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୧୮୭୧ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୮୭, ବାଲେଶ୍ୱରରୁ ୧୨୩, ବରଗଡ଼ରୁ ୧୭୮, ଭଦ୍ରକରୁ ୪୩, ବଲାଙ୍ଗିରରୁ ୧୬୮, ବୌଦ୍ଧରୁ ୨୧, କଟକରୁ ୨୫୧, ଦେବଗଡ଼ରୁ ୩୫, ଢେ଼ଙ୍କାନାଳରୁ ୨୦, ଗଜପତିରୁ ୧୦, ଗଂଜାମରୁ ୬୨, ଜଗତସିଂହପୁରରୁ ୩୩, ଯାଜପୁରରୁ ୫୮, ଝାରସୁଗୁଡ଼ାରୁ ୨୩୧, କଳାହାଣ୍ଡିରୁ ୨୭୩, କନ୍ଧମାଳରୁ ୨୯, କେନ୍ଦ୍ରାପଡ଼ାରୁ ୩୫, କେଉଁଝରରୁ ୭୫, ଖୋର୍ଦ୍ଧାରୁ ୫୮୭, କୋରାପୁଟରୁ ୨୧, ମାଲକାନଗିରରୁ ୯, ମୟୁରଭଂଜରୁ ୧୦୦, ନବରଂଗପୁରରୁ ୧୨୭, ନୟାଗଡ଼ରୁ ୫୦, ନୂଆପଡ଼ାରୁ ୪୩୭, ପୁରୀରୁ ୨୧୯, ରାୟଗଡ଼ାରୁ ୫୩, ସମ୍ବଲପୁରରୁ ୨୪୧, ସୋନପୁରରୁ ୨୨, ସୁନ୍ଦରଗଡ଼ରୁ ୭୨୨ ଓ ଷ୍ଟେଟ ପୁଲ୍‌ରୁ ୧୨୫ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ସମୁଦାୟ ୩୭୨୭୦୩ ଜଣ ସଂକ୍ରମିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୪୬୧୩୪ ଜଣ ସୁସ୍ଥ ହୋଇ ସାରିଛନ୍ତି । ରାଜ୍ୟରେ ଏବେ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୪୫୬୮ ରହିଛି ।

Leave A Reply

Your email address will not be published.