jayashree

ଅଜବ୍‌ ଅଫର୍ : ଏକ କିଲୋ କୁକୁଡ଼ା ମାଂସରେ ଏକ ‘ଚିଡ଼ିଆ’ ଫ୍ରି !

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଭିନ୍ନ କମ୍ପାନୀ ତା’ର ପ୍ରଚାର ପ୍ରସାର ପାଇଁ ଖାଉଟି ମାନଙ୍କୁ ବିଭିନ୍ନ ପ୍ରକାରର ପ୍ରଲୋଭନ ଦେଖାଇଥାନ୍ତି । ଯେମିତି ଦାନ୍ତ ଘଷିବା କଲେଗେଟରେ ବ୍ରସ ଟିଏ ଫ୍ରି, ଡିଟର୍‌ଜେନ୍‌ଟ୍‌ ପାଉଡର୍‌ରେ ପ୍ଳାଷ୍ଟିକ ବାଲ୍‌ଟି ଫ୍ରି । ଏମିତି ଅନେକ ଗୁଡ଼ିଏ ଉଦାହରଣ ପ୍ରଚଳିତ ଅଛି । କିନ୍ତୁ ଏମିତି ଅଫର୍‌ କେବେ କେଉଁଠି ଦେଖିବାକୁ ମିଳିନଥିଲା । ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅଧୀନସ୍ଥ ଦହିତାରେ ଗୋଟିଏ କୁକୁଡ଼ା ଦୋକାନ ଖୋଲିଛି । ଦୋକାନର ନାମ ଦେଇଛନ୍ତି “ପଦ୍ମନ କୁକୁଡ଼ା ଦୋକାନ” । ତାହା ପୁଣି ଅଛି ଦହିତା ସ୍ଥିତ ନେତାଜୀ କ୍ଳବ୍ ପାଖରେ । ତା୧୬/୦୪ /୨୦୨୧ ଠାରୁ ଅଫର୍‌ ଲାଗୁ କରିଛନ୍ତି ଏହିକି ଯେ, ଏକ କେଜି ବଏଲର କୁକୁଡ଼ା ମାଂସ ଯେ କିଣିବ ତାକୁ ଫ୍ରି ରେ ଗୋଟିଏ ଚିଡିଆ ମାଗଣାରେ ମିଳିବ । ଚିଡିଆ କହିଲେ କୁଆଡେ଼ ଏହି ଅଂଚଳରେ ଉପଲ‌ବ୍ଧ ହେଉଥିବା ଦେଶୀ ମଦ ପ୍ୟାକେଟ ବୋଲି ଆଲୋଚନା ହେଉଛି । ଏହା କି ପ୍ରକାର ବ୍ୟବସାୟ ଲୋକେ ତାଙ୍କ ଦୋକାନର ପୋଷ୍ଟର ଦେଖି ବିସ୍ମିତ । ଏହା ସତରେ ଏକ ଧମାକା କହିଲେ ଅତ୍ୟୁକ୍ତି ହେବନାହିଁ । ଲୋକେ ତାଙ୍କ ବ୍ୟବସାୟକୁ ଆଗକୁ ବଢାଇବାପାଇଁ ଆଉ କି କି ପ୍ରକାରର ଅଫର୍‌ ଛାଡ଼ିବେ, ତାକୁ ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.