ବ୍ରହ୍ମପୁର ଓ ଛତ୍ରପୁରରେ ଭାରତ ରତ୍ନ ଡ଼ଃ.ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ସ୍ଥାପନା ପାଇଁ ପ୍ରସ୍ତାବ ଅଣାଗଲା

ବ୍ରହ୍ମପୁର, (କେ. ସତ୍ୟ ନାରାୟଣ ରେଡ୍ଡୀ) : ଡ଼ଃ.ଆମ୍ବେଦକରଙ୍କ ଜୟନ୍ତୀ ଦିବସ ଅବସରରେ ଆଲୋକପାତ ହୋଇଛି ଯେ’ ବ୍ରହ୍ମପୁର ଛତ୍ରପୁର ସହରରେ ଭାରତରତ୍ନ ଡ଼ଃ.ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ସ୍ଥାପନା କରାଯିବା ନିମନ୍ତେ ସ୍ମୃତିଚାରଣ ସଭାରେ ପ୍ରସ୍ତାବ ଅଣାଗଲା । ଯାହାକି ଜ଼ିଲ୍ଲା ସଦର ମହକୁମା ଛତ୍ରପୁର ଏବଂ ବ୍ରହ୍ମପୁର ସହର ମଧ୍ୟରେ ପୂଜ୍ୟ ପୂଜା ସକାଶେ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ସ୍ଥାପନ ନିମନ୍ତେ ପ୍ରଶାସନ ଦୃଷ୍ଟି ଦେବାକୁ ସୁଧିଜନ ଓ ଅତିଥିମାନେ ଜିଲ୍ଲା ପ୍ରଶାସନ ଜରିଆରେ ରାଜ୍ୟ ସରକାରଙ୍କୁ ଜଣାଇଥିଲେ । କାର୍ୟ୍ୟକ୍ରମ ପ୍ରାରମ୍ଭରେ ଦୀପ ପ୍ରଜ୍ୱଳନ ଓ ମାଲ୍ୟାର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଭାରତ ରତ୍ନ ବାବା ସାହେବ ଡ଼ଃ.ଭୀମରାଓ ଆମ୍ବେଦକରଙ୍କ ୧୩୦ ତମ ଜୟନ୍ତୀ ସମାରୋହ ନିରାଡ଼ମ୍ବରରେ ସ୍ଥାନୀୟ ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଡ଼ଃ ବାବା ସାହେବ ଭୀମରାଓ ଆମ୍ବେଦକର ସ୍ମୃତି ଚାରଣ କରାଯାଇଥିବା ବେଳେ କୋଭିଡ କଟକଣା ଯୋଗୁଁ ସୀମିତ ବ୍ୟକ୍ତି ବିଶେଷଙ୍କୁ ନେଇ ପୁଷ୍ପମାଲ୍ୟ ଓ ସ୍ମୃତିଚାରଣ ମଧ୍ୟରେ ସୀମିତ କରାଯାଇଥିଲା । ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ସ୍ମୃତିଚାରଣ କାର୍ୟ୍ୟକ୍ରମରେ ଆଇନଜୀବୀ ଅବନୀ କୁମାର ଗୟା ସମ୍ମାନୀତ ଅତିଥିଭାବେ ଯୋଗ ଦେଇ ଆମ୍ବେଦକରଙ୍କ ବିଚାରଧାରାର ଚିତ୍ରପଟ ଉପସ୍ଥାପନା କରି ତାଙ୍କୁ ଆମର ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ଏବଂ ରାଷ୍ଟ୍ର ନିର୍ମାଣ କାର୍ୟ୍ୟରେ ପ୍ରତ୍ୟେକ ବ୍ୟକ୍ତି ନିଜକୁ ନିୟୋଜିତ କରିବାର ଆବଶ୍ୟକତା ଉପରେ ଜଣାଇ ଥିଲେ । ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଆମ୍ବେଦକର ଜଣେ ଉଚ୍ଚ କୋଟୀର, ବିଚକ୍ଷଣ, ଗ୍ରନ୍ଥ ରଚନା, ସହ ଜଣେ ବିଶିଷ୍ଟ ରାଜନୈତିଜ୍ଞ, ଦାର୍ଶନିକ, ସମ୍ବିଧାନ ପ୍ରଣେତାଭାବେ ସେ ଚିରପୂଜ୍ୟ ଅଟନ୍ତି । ଅନ୍ୟତମ ସମ୍ମାନୀତ ଅତିଥିଭାବେ ଜ଼ିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠୀ ଯୋଗ ଦେଇ ଆମ୍ବେଦକରଙ୍କ ସ୍ମୃତିଚାରଣ କରି ସେ ନିଜର ପ୍ରତିଭା ଓ ଅଧ୍ୟବସାୟ ବଳରେ ବହୁଶାସ୍ତ୍ରବିତଜ୍ଞ ଥିବା ବିଷୟରେ ତାତ୍ତ୍ଵିକ ଆଲୋଚନା ଦେଇଥିଲେ । ସ୍ମୃତିଚାରଣ କାର୍ୟ୍ୟରେ ଛତ୍ରପୁରର ସାମ୍ବାଦିକ ଗଣ, ପାଠାଗାରକୁ ଆସୁଥିବା ଛାତ୍ର ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.