ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କୋଭିଡ ‌ୱାର୍ଡ ଖୋଲିଲା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଖେଦାପାଲି ସ୍ଥିତ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଆଜି ଠାରୁ କୋଭିଡ ଚିକିତ୍ସା ପାଇଁ ୱାର୍ଡ ଖୋଲିଲା । ଆଜି ଠାରୁ ଏହି ବିଭାଗରେ ରୋଗୀଙ୍କୁ ଚିକିତ୍ସା ଆରମ୍ଭ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ଜିଲ୍ଲାରେ କ୍ରମଶଃ କୋଭିଡ ସଂକ୍ରମଣ ବୃଦ୍ଧି ପାଉଥିବା ଦୃଷ୍ଟିରୁ ୧୦୦ ଶଯ୍ୟା ବିଶିଷ୍ଟ ‌ୱାର୍ଡକୁ ଆରମ୍ଭ କରାଯାଇଛି । ଏଥିରେ ୩୬ଟି ବେଡ୍ ପାଇଁ ଅକସିଜେନ୍ ବ୍ୟବସ୍ଥା ରହିଛି । ସେହିପରି ୮ ଟି ଆଇସିୟୁ ରହିଥିବା ବେଳେ ଡ଼ାକ୍ତର ନଥିବାରୁ କେବଳ ୯୨ ଶଯ୍ୟାରେ ଚିକିତ୍ସା ସୁବିଧା ମିଳି ପାରିବ ବୋଲି ସୂଚିତ କରିଛନ୍ତି ।

Leave A Reply

Your email address will not be published.