ଭୋଗରାଇ, (ଶିବନାରାୟଣ ପାତ୍ର) : ଜୀବନକୁ ସଂକଟମୁକ୍ତ ସହ ମଙ୍ଗଳମୟ କରିବାର ଅନନ୍ୟ ଦୈବୀ ମାର୍ଗ, ସ୍ୱୟଂ ଶଙ୍କର ଶ୍ରୀ ହନୁମାନ ଜୀଉଙ୍କ ଉପାସନା ବୋଲି ଆଜି ଭୋଗରାଇ ବ୍ଲକ ଅନ୍ତର୍ଗତ ଆରୁହାବୃତ୍ତି-୧ ନୋଡାଲ ଉପ୍ରା ବିଦ୍ୟାଳୟ ସମ୍ମୁଖରେ ଶ୍ରୀ ଶ୍ରୀ ପଞ୍ଚମୁଖୀ ହନୁମାନ ଜୀଉ ତଥା ଶ୍ରୀ ଶନିଦେବଙ୍କର ନୂତନ ମନ୍ଦିର ପ୍ରତିଷ୍ଠା ଓ ମହାବୀର ଜୟନ୍ତୀ ସମାରୋହରେ ଯୋଗଦେଇ ଥିବା ଶ୍ରଦ୍ଧାଳୁ ଓ ଅତିଥି ମାନେ ମତବ୍ୟକ୍ତ କରିଛନ୍ତି । ଏ ଅବସରରେ ଆୟୋଜିତ ଜଳାଭିଷେକ କାର୍ୟ୍ୟକ୍ରମରେ ମନ୍ଦିର ପରିଚାଳନା କମିଟିର ସଭାପତି ହରିହର ଦାସ, ଆଇନଜୀବୀ ରାଜକିଶୋର ଜେନା, ମୁଖ୍ୟ ଉଦ୍ୟକ୍ତା ପରିତ୍ରାଣ ଦାସ, ସମାଜସେବୀ ଗଜାନନ ମହାପାତ୍ର, ଦୀନକୃଷ୍ଣ ଦାସ, ମୃତ୍ୟୁଞ୍ଜୟ ଦାସ, ତପନ କୁମାର ଦତ୍ତ, ତପନ କୁମାର ଦେ, ରାଜକିଶୋର ଜେନା, ଭାବଗ୍ରାହୀ ଦାସ, ଭଗିରଥ ମିସ୍ତ୍ରୀ, କାଳିଚରଣ ଦାସ ପ୍ରମୁଖଙ୍କ ସହ ଗ୍ରାମର ଶତାଧିକ ମହିଳାମାନେ ଯୋଗଦେଇ ବିଗ୍ରହଙ୍କୁ ଜଳାଭିଷେକ ସହ ପୁଷ୍ପାଞ୍ଜଳୀ ଅର୍ପଣ କରିଥିଲେ । ଏଥିସହ ପରିଚାଳନା କମିଟିର ଉପଦେଷ୍ଟା ତଥା ଉତ୍ତର ଓଡ଼ିଶା ପ୍ରମେୟର ମୁଖ୍ୟ ସତ୍ୟଶିବ ଦାସ, କବି ସୁକୁମାର ଦାସ, ନାଏବ ସରପଞ୍ଚ ଯୋଗେନ୍ଦ୍ର ନାଥ ପାଳ, ସଦସ୍ୟ ତପନ ଦାସ ଅଧିକାରୀ, ଜୟନ୍ତ ପଟ୍ଟନାୟକ, ରବିନ୍ଦ୍ର ଅଧିକାରୀ, ଦୁର୍ଗାଶଙ୍କର ମହାନ୍ତି, ଜୟନାରାୟଣ ପଟ୍ଟନାୟକ, କାର୍ତ୍ତିକ ପଟ୍ଟନାୟକ, ଶଶାଙ୍କ ଦାସ, ସିଦ୍ଧାର୍ଥ ଦାସ, ଜାନକୀ ଦାସ ପ୍ରମୁଖ ସମସ୍ତ ଗ୍ରାମବାସୀ ଯୋଗ ଦେଇଥିଲେ । ତିନି ଦିନ ଧରି ଅନୁଷ୍ଠିତ ସମାରୋହରେ ଷୋଡ଼ଶ ଉପଚାର ପୂଜା, ଯଜ୍ଞ, ବାଦୀପାଲା ପରିବେଷଣ, ମହୋତ୍ସବ ଆଦି କରାଯାଇଥିଲା ।