jsm

ଶ୍ରମିକ କର୍ମଚାରୀ ମହାସଂଘ ତରଫରୁ ହନୁମାନ ଜୟନ୍ତୀ ପାଳିତ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶ୍ରମିକ କର୍ମଚାରୀ ମହାସଂଘ ତରଫରୁ ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ କୋଭିଡ କଟକଣା ମାନି ହନୁମାନ ଜୟନ୍ତୀ ପାଳିତ ହୋଇଯାଇଛି । ସ୍ଥାନୀୟ ଘୋରେଇ ବସ ଷ୍ଟାଣ୍ଡ ସ୍ଥିତ ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଥିଲା । ପରେ ପଣା ସଂକ୍ରାନ୍ତି ଅବସରରେ ଜନସାଧାରଣ‌ଙ୍କୁ ପଣା ବଣ୍ଟନ କରାଯାଇଥିଲା । ଏହି କାର୍ୟ୍ୟକ୍ରମରେ ମହାସଂଘର ଅଧକ୍ଷ ଦୀପକ ନାୟକ, କିଶୋର ମିଶ୍ର, କଚ୍ଛପ ସେଠ, ଗୌର ସାଏ, ବିବେକା ପଟେଲ, ବାପିନା ମହାରଣା, ମୋହନ ପାଣ୍ଡେ, ହରି ମିଶ୍ର, ଘନଶ୍ୟାମ ପଶୟତ, ପଞ୍ଚା ପଟ୍ଟନାୟକ ସହ ରିକ୍ସା ଅଟୋ ଚାଲାକ ସଙ୍ଘ, ଫଳ ବିକାଳୀ ସଙ୍ଘ ସହ ବହୁ ସଦସ୍ୟ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.