ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ବାଇକ୍‌କୁ ପିଟିଲା କାର୍‌, ବାଇକ୍‌ ଆରୋହୀଙ୍କ ମୃତ୍ୟୁ

ବୌଦ୍ଧ, (ମମତା ମହାକୁର) : ଆଜି ୫୭ ନମ୍ବର ଜାତୀୟ ରାଜପଥ ବାଉସୁଣି ସ୍ଥିତ ଭାରତ ପେଟ୍ରୋଲ ପମ୍ପ ସମ୍ମୁଖରେ ଗୋଟିଏ କାର ଓ ବାଇକ ମଧ୍ୟରେ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ବାଇକ ଆରୋହିଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ଜଣକ ଅଁଳାପାଲି ଗ୍ରାମପଞ୍ଚାୟତର ସାହୁପଡା ଗାଁର ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ଗୋଟିଏ ଇନୋଭା କାର ସୋନପୁର ଅଭିମୁଖେ ଯାଉଥିବା ବେଳେ ବାଉଁଶୁଣି ସ୍ଥିତ ପେଟ୍ରୋଲ ପମ୍ପ ନିକଟରେ ବାଇକକୁ ଧକ୍କା ଦେଲା । ମୃତକଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ବାଉଁଶୁଣି ଗୋଷ୍ଟି ସ୍ୱାସ୍ତ୍ୟକେନ୍ଦ୍ରରେ ଭର୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ସୂଚନା ମିଳିଛି । ଅନ୍ୟପଟେ ବାଉଁଶୁଣି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

Leave A Reply

Your email address will not be published.