oom

ବଲାଙ୍ଗିର ଠାରେ ରାଷ୍ଟ୍ରୀୟ ଲୋକ ଅଦାଲତ : ୨୦୫ ଗୋଟି ବିଭିନ୍ନ ମାମଲାର ଫଇସଲା

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବଲାଙ୍ଗିର ସିଭିଲ କୋର୍ଟ ପରିସରରେ ଜିଲ୍ଲା ଦୌରାଜଜ୍‌ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଲୋକନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ୨୦୫ ଗୋଟି ବିଭିନ୍ନ ମାମଲାର ଫଇସଲା କରାଯାଇଥିଲା । ତନ୍‌ମଧ୍ୟରୁ ୧୭ ଗୋଟି ଦେୱାନୀ ମାମଲାର ଫଇସଲା କରାଯାଇଥିଲା । ୧୦ ଗୋଟି ବ୍ୟାଙ୍କ ମାମଲାର ସମାଧାନ କରାଯାଇ ୨୯,୪୮,୩୫୫ ଟଙ୍କା ଆଦାୟ ହୋଇଥିଲା । ସେହିପରି ୧୧ ଗୋଟି ମଟର ଦୁର୍ଘଟଣାଜନିତ ମାମଲାର ଫଇସଲା କରାଯାଇ ମୋଟ ୩୫,୩୩,୦୦୦/- ଟଙ୍କା କ୍ଷତିପୂରଣ ଦେବା ପାଇଁ ଆଦେଶ ହୋଇଥିଲା । ୧୦୪ ଗୋଟି ଫୌଜଦାରୀ ମାମଲାର ଫଇସଲା କରାଯାଇଥିଲା । ସେହିପରି ୫୫ ଗୋଟି ପ୍ରାକ୍‌ ମକଦ୍ଦମା ମାମଲାର ଫଇସଲା କରାଯାଇ ୧୮,୦୧,୦୧୬ ଟଙ୍କା ଆଦାୟ କରାଯିବା ସଂଗେ ସଂଗେ ୮ ଗୋଟି ପାରିବାରିକ ମିଳାମିଶା ମାମଲାର ଫଇସଲା ହୋଇଥିଲା । ଏହି ଲୋକ ଅଦାଲତକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଦେବାଶିଷ ଦାଶ ଏବଂ କୋର୍ଟ ମେନେଜର ପ୍ରୀତିରାଣୀ ନାଗ ପରିଚାଳନା କରିଥିଲେ । ଲୋକ ଅଦାଲତରେ ସ୍ଥାୟୀ ଲୋକ ଅଦାଲତର ଜଜ୍‌ ପ୍ରଶାନ୍ତ କୁମାର ଦାସ, ପରିବାର କୋର୍ଟର ଜଜ୍‌ ପ୍ରଶାନ୍ତ କୁମାର ନାୟକ, ଭିଜିଲାନ୍ସ କୋର୍ଟ ଜଜ୍‌ ଅଜନ୍ତା ଷଡ଼ଙ୍ଗୀ, ଅତିରିକ୍ତ ଜିଲ୍ଲା ଜଜ୍‌ ପ୍ରଥମ ଦେବାଶିଷ ରାଉତ, ଅତିରିକ୍ତ ଜିଲ୍ଲା ଜଜ୍‌ ଦ୍ୱିତୀୟ ପ୍ରଜ୍ଞା ପରିମିତା ରାଉଳ ଏସ୍‌ସି ଓ ଏସ୍‌ଟି ପ୍ରିଜାଇଟି ଅଫିସର ସରୋଜ କୁମାର ଦାସ, ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଅଭିଳାଷ ସେନାପତି ସିଭିଲ କୋର୍ଟ ରେଜିଷ୍ଟ୍ରାର ଅମିତ କୁମାର ବାରିକ, ସିଭିଲ ଜଜ୍‌ (ବରିଷ୍ଠ) ସସ୍ମିତା ନନ୍ଦିନୀ ତ୍ରିପାଠୀ, ଅତିରିକ୍ତ ସିଭିଲ ଜଜ୍‌ (ବରିଷ୍ଠ) ସୀମା ତ୍ରିପାଠୀ, ଏସ୍‌ଡିଜେଏମ୍‌ ବଲାଙ୍ଗିର କୈଳାଶ ସାହୁ, ସିଭିଲ ଜଜ୍‌(କନିଷ୍ଠ) ସସ୍ମିତା ସେଠୀ, ସ୍ପେଶାଲ ଜିଡ଼ିସିଆଲ ମାଜିଷ୍ଟ୍ରେଟ ରମେଶ ଚନ୍ଦ୍ର ରାୟଗୁରୁ, ଜେଏମଏଫ୍‌ସି ସୌରଭ ଶର୍ମା, ଜେଏମଏଫ୍‌ସି ଅବିନାଶ ନନ୍ଦ, ଜିଲ୍ଲା ଜଜ କୋର୍ଟର ପବ୍ଳିକ ପ୍ରୋସିକ୍ୟୁଟର ସୁବାସ ଚନ୍ଦ୍ର ମହାନ୍ତଙ୍କ ସମେତ ଓକିଲ ମାନେ ଉପସ୍ଥିତ ରହି ବିଭିନ୍ନ ମାମଲା ଗୁଡ଼ିକର ଶୁଣାଣୀ କରିବା ସହ ଫଇସଲା କରିଥିଲେ ।

jittmm
Leave A Reply

Your email address will not be published.