csstore

ଜଗଦଲପୁର ପୋଲିସ ତରଫରୁ କରୋନା ସଚେତନତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜିଲ୍ଲା ପ୍ରଶାସନ ଓ ବରଗଡ଼ ଏସ ପି ପଦ୍ମିନୀ ସାହୁଙ୍କ ନିର୍ଦ୍ଦେଶ କ୍ରମେ ପଦ୍ମପୁର ଉପଖଣ୍ଡ ଜଗଦଲପୁର ଥାନା ଅଧିକାରୀ ଲିଲିମାଲଳିତା ବାର୍ଳାଙ୍କ ତତ୍ତ୍ୱାବଧାନରେ ଧଉରାଭଟା ଛକ ଲଉଡିଦରହା ଛକ, ନିଲଜିପତ୍ରା ଛକ ପ୍ରଭୃତି ସ୍ଥାନରେ ଦୋକାନ ବଜାର ଖୋଲିବା ଉପରେ ଦୃଢ଼ ଭାବରେ ଧ୍ୟାନ ଦେଇ ଦୋକାନୀ ମାନେ ଗତ ବର୍ଷ ଭଳି ପୁନଃର୍ବାର କରୋନା ଦ୍ଵିତୀୟ ଲହରୀ ପରିପ୍ରେକ୍ଷୀରେ ଦୋକାନ ସମ୍ମୁଖରେ ଗୋଳେଇରେ ଠିଆହେବା ସହ ଦୋକାନ ସମ୍ମୁଖରେ ବାରିକେଟ, ସାମାଜିକ ଦୂରତା, ମାସ୍କ ବ୍ୟବହାର କରିବା ବାଧ୍ୟତାମୂଳକ । ସାମାଜିକ ଦୂରତା ମାସ୍କ ପିନ୍ଧିନଥିବା ବ୍ୟକ୍ତିଙ୍କୁ ସାମଗ୍ରୀ ନ ଦେବା ନିମନ୍ତେ ଜଗଦଲପୁର ପୋଲିସ ତରଫରୁ ସୂଚନା ଦିଆଯାଇଛି । ଏହି ଅବସରରେ ଏଏସଆଇ ପ୍ରଦୀପ ପାଣି, ଗୋଳକ ବିହାରି ସେଠି, ସତ୍ୟାନନ୍ଦ ଭୁଏ, ହାବିଲଦାର ଜିତେନ୍ଦ୍ର ଦାଶ ସ୍ଥାନୀୟ ଲୋକମାନଙ୍କୁ କରୋନା ସଚେତନତା ସମ୍ପର୍କରେ ସୂଚନା ଦେଇଛନ୍ତି । ଏହା ଦୋକାନୀ ଅମାନ୍ୟ କଲେ ଦୋକାନୀମାନଙ୍କୁ ଫାଇନ କରାଯିବା ନିମନ୍ତେ ଥାନା ଅଧିକାରୀ ଶ୍ରୀମତୀ ବାର୍ଳା ଦୋକାନୀ ମାନଙ୍କୁ କହିଛ‌ନ୍ତି ।

jayashree
Leave A Reply

Your email address will not be published.