ଗରିବ ଆଦିବାସୀ ରୋହିତ ବନ୍‌ଗୁଲାଙ୍କ ଗୁଲ୍‌ଗୁଲା ଦୂର ହେବ କେବେ ?

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଲକ ମରୁଆ ପଞ୍ଚାୟତ ନିବରସି ନିରୀହ ଅସହାୟ ଗରିବ ଆଦିବାସୀ ରୋହିତ ବନ୍‌ଗୁଲା ଆଠ ଜଣ ସଦସ୍ୟଙ୍କୁ ନେଇ ବସବାସ କରନ୍ତି । ସୂଚନାଯୋଗ୍ୟ ଯେ, ସରକାର ଗରିବ ଲୋକଙ୍କୁ ରହିବା ପାଇଁ ଅନେକ ଯୋଜନାରେ ଘର ଦେଇଥାନ୍ତି, ଯଥା- ଇନ୍ଦିରା ଆବାସ, ବିଜ୍ଜୁ ପକ୍କାଘର, ପ୍ରଧାନମନ୍ତ୍ରୀ ଆବାସ ଆଦି ଇତ୍ୟାଦି । କିନ୍ତୁ ଅନେକ କ୍ଷେତ୍ରରେ ପ୍ରକୃତ ହିତାଧିକାରୀ ବଞ୍ଚିତ ହୋଇଥିବା ବେଳେ ଅଯୋଗ୍ୟ ହିତାଧିକାରୀ ମାନେ ପଞ୍ଚାୟତ ପ୍ରଶାସନକୁ କିଛି ହାତ ଗୁଞ୍ଜା ଦେଇ ଘର ହାତେଇ ଥିବା ଅଭିଯୋଗ ହୋଇ ଆସୁଛି । ଅଭିଯୋଗ ଅନୁସାରେ ମରୁଆ ପଞ୍ଚାୟତରେ ଗରିବ ହିତାଧିକାରୀଙ୍କ ଚୟନ ପ୍ରକିୟାରେ ଅନେକ ପାତର ଅନ୍‌ନ୍ତର ରହିଛି । ଗରିବ ଲୋକମାନଙ୍କ ନାମ ଯୋଗ୍ୟ ତାଲିକାରେ ସାମିଲ ହୋଇଥିଲେ ମଧ୍ୟ ଧନୀକ ଶ୍ରେଣୀର ଲୋକେ ଉତ୍କୋଚ ଦେଇ ଘର ପାଇବାକୁ ଯୋଗ୍ୟ ହୋଇଥାନ୍ତି । ଫଳରେ ଗରିବ ଲୋକ ଏଭଳି ଯୋଜନାରୁ ବଂଚିତ ହେଉଥିବା ବେଳେ ଧନୀକ ଶ୍ରେଣୀର ଲୋକେ ଉକ୍ତ ଯୋଜନାରୁ ଘର ପାଇ ଆରାମରେ ଦୋକାନ ଖୋଲିବା ଓ ଆହୁରି ଅନେକେ ମାର୍ବଲ ଲଗାଇ ମହଲା ତିଆରି କରିବା ଭଳି ଦୃଶ୍ୟ ଦେଖିବାକୁ ମିଳିଛି ମରୁଆଁ ପଞ୍ଚାୟତରେ । ନିରୀହ ଗରିବ ଆଦିବାସୀ ଦିନ ମଜୁରିଆ, ଲୋକ ଘର ନ ପାଇ ଚାଳ ଛପର ଘରେ ଦିନ ବିତାଉଛନ୍ତି । ସେ ଭଳି ଜଣେ ଗରିବ ଆଦିବାସୀ ଦିନ ମଜୁରିଆ ରୋହିତ ବନ୍‌ଗୁଲା । ତାଙ୍କ ଆଠ ପ୍ରାଣୀ କୁଟୁମ୍ବ ଧରି ଖୁବ କଷ୍ଟରେ ଦିନ ବିତାଉଛନ୍ତି ସେ । ପରିବାରରେ ସେ ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି । ଦିନ ମଜୁରିଆ ଭାବେ ଅନ୍ୟର ୍ୱୂଲ ଲାଗି ବହୁ କଷ୍ଟେ ମଷ୍ଟେ ନିଜ ଗୁଜୁରାଣ ମେଣ୍ଟାଇଥାନ୍ତି ବୋଲି ସେ ପ୍ରକାଶ କରିଛନ୍ତି । ରୋହିତ ଅର୍ଥ ଅଭାବ ଯୋଗୁଁ ଘର ଖଣ୍ଡେ ନିର୍ମାଣ କରିପାରୁ ନଥିବା କହିଛନ୍‌ନ୍ତି । ଜଣଙ୍କ ଘର ପାର୍ଶ୍ଵରେ ଚାଳ ଛପର କରି ରହୁଥିବା ବେଳେ ପ୍ରଶାସନର ନଜର୍‌ ପଡିନି । ସେ ଘର ଖଣ୍ଡିଏ ପାଇଁ ବାରମ୍ବାର ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ସରପଞ୍ଚଙ୍କୁ ଜଣାଇଥିଲେ ମଧ୍ୟ କେହି ତାଙ୍କୁ ଦୃଷ୍ଟି ଦେଉନାହାନ୍ତି ବୋଲି ସେ ଆମ ପ୍ରତିନିଧି ଆଗରେ ମନ୍ତବ୍ୟ ଦେଇଛନ୍ତି । ପାଟଣାଗଡ଼ ବ୍ଳକ କାର୍ୟ୍ୟାଳୟରୁ ମାତ୍ର ୩ / ୪ କିମି ଦୂରରେ ଥିବା ମରୁଆଁ ପଞ୍ଚାୟତରେ ଏଭଳି ଅବସ୍ଥାରେ ରହୁଥିବା ରୋହିତ ବନ୍‌ଗୁଲାଙ୍କ ଗୁଲ୍‌ଗୁଲା କେବେ ଦୂର ହେବ ବୋଲି ଅଭିଯୋଗ ହେଉଛି ।

Leave A Reply

Your email address will not be published.