ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳିତ

ସୋନପୁର, (ପ୍ରଭୁଦତ୍ତ ରଥ) : ସ୍ଥାନୀୟ ଗଙ୍ଗାଧର ମେହେର ଉଚ୍ଚ ବିଦ୍ୟାଳୟ, ସାଗରପାଲି ପ୍ରାଙ୍ଗଣରେ ଜିିଲ୍ଲା ଜୁନିଅର ରେଡକ୍ରସ ତରଫରୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି । ମୁଖ୍ୟଅତିଥି ଭାବରେ ଜିଲ୍ଲା ଶିକ୍ଷା ଅଧିକାରୀ ପୁଷ୍ପା ମିଞ୍ଜ ଯୋଗଦାନ କରି ଆମେ ସମସ୍ତେ ମାସ୍କ ପରିଧାନ କରିବା, ସାମାଜିକ ଦୂରତା ପାଳନ କରିବା ଏବଂ ବାରମ୍ବାର ହାତ ଧୋଇ କରୋନାକୁ ହରାଇବାକୁ ଆହ୍ୱାନ ଦେଇଥିଲେ । ଆବଶ୍ୟକୀୟ ଉପାୟ ସମସ୍ତ ଅନୁପାଳନ କରି କରୋନା ଭୂତାଣୁକୁ ହରାଇବା ଏବଂ ଆଗାମୀ ଦିନରେ ଦେଶକୁ ପ୍ରଗତିଶୀଳ କରିବାରେ ପ୍ରୟାସ କରିବାକୁ ହେବ ବୋଲି ସମ୍ମାନୀତ ଅତିଥି ଜିଲ୍ଲା ଜୁନିଅର ରେଡକ୍ରସ ସଂପାଦକ ହିମାଂଶୁ ଶେଖର କର ମତବ୍ୟକ୍ତ କରିଥିଲେ । ସଭା କାର୍ୟ୍ୟରେ ସାଗରପାଲି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଶନ୍ନ କୁମାର ସାହୁ ସଭାପତିତ୍ୱ କରିଥିଲେ । ଜିଲ୍ଲା ଜୁନିଅର ରେଡକ୍ରସ ଅଫିସର ରବିଚନ୍ଦ୍ର ପଶାୟତ କାର୍ୟ୍ୟକ୍ରମକୁ ପରିଚାଳନା କରିଥିଲେ । ପରାମର୍ଶଦାତା ବନବାସ ମେହେର ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଭାରତୀୟ ରେଡକ୍ରସ ଓଡିଶା ଶାଖା ତରଫରୁ ଜିଲ୍ଲା ଜୁନିଅର ରେଡକ୍ରସ ସଂଯୋଜନାରେ ଯୋଗାଇ ଦିଆଯାଇଥିବା ହାଇଜିନ କିଟ୍‌, ସାବୁନ ଏବଂ ମାସ୍କ ଗୁଡିକୁ ଅତିଥି ମାନେ ସାଗରପାଲି, ଶାଗଜୁରି, ଖରଝୁରା ଏବଂ ମଲ୍ଲିକମୁଣ୍ଡା ଗ୍ରାମରେ ବସବାସ କରୁଥିବା ଆର୍ଥିକ ଦୃଷ୍ଟିରୁ ଅବହେଲିତ ପରିବାରକୁ ବଂଟନ କରାଯାଇଥିଲା । କବି ବନବାସ ମେହେରଙ୍କ ସ୍ୱରଚିତ ମହାନଦୀ ପୁସ୍ତକ ଜିଲ୍ଲା ଶିକ୍ଷାଧିକାରୀ ପୁଷ୍ପା ମିଞ୍ଜଙ୍କ କରକମଳରେ ତଥା ଅତିିଥି ବୃନ୍ଦଙ୍କ ଗହଣରେ ଉନ୍ମୋଚିତ ହୋଇଥିଲା । ସାଧନ କର୍ମି ଝସକେତନ ମେହେର ଉପସ୍ଥିତ ଥିବା ସମସ୍ତ ପରିବାରର ସଦସ୍ୟଏବଂ ସ୍ୱେଚ୍ଚା ସେବକମାନଙ୍କୁ ହାତ ଧୋଇବାର ସଠିକ ପ୍ରଣାଳୀ ଶିଖାଇଥିଲେ ଏବଂ କରୋନାରୁ ନିଜକୁ ସୁରକ୍ଷିତ କରିବାକୁ ମତବ୍ୟକ୍ତ କରିଥିଲେ । ବରିଷ୍ଠ ସାଧନ କର୍ମି ତଥା ବିନିକା ବିସିସି ଅନନ୍ତରାମ ପାଢୀ, ପ୍ରତାପପୁର ପ୍ରଧାନ ଶିକ୍ଷକ ତଥା ପରାମର୍ଶଦାତା ଗୋପେଶ ପଣ୍ଡା, ରବିନ୍ଦ୍ର କୁମାର ମିଶ୍ର, ମନିଶ କୁମାର ପଣ୍ଡା, ଅରକ୍ଷିତ ସାହୁ, ଉାମେଶ ମେହେର ପ୍ରମୁଖ କାର୍ୟ୍ୟକ୍ରମରେ ଉପସ୍ଥିତ ଥିଲେ । ଜିଲ୍ଲା ସାଧନ କର୍ମି ଚନ୍ଦ୍ର ଶେଖର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.