ମୋତିଲାଲ ତାଣ୍ଡିଙ୍କୁ ନ୍ୟାୟ ଦାବୀରେ ବ୍ୟାଙ୍କ ଘେରାଉ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଲାଠୋର ଷ୍ଟେଟ ବ୍ୟାଙ୍କ ଶାଖାରେ ଉକ୍ତ ଗାଁର ମୋତିଲାଲ ତାଣ୍ଡି ୧୦/୦୭/୨୦୧୪ ଠାରୁ ୨୦୧୮ ବର୍ଷ ପର୍ୟ୍ୟନ୍ତ ଧରି ଅସ୍ଥାୟୀ ସଫାଇ କର୍ମଚାରୀ ଭାବେ କାର୍ୟ୍ୟ କରି ଆସୁଥିଲେ । ହେଲେ ୨୦୧୮ ମସିହାରେ ତାଙ୍କୁ ବିନା କାରଣ ଦର୍ଶାଇ ବାହାର କରିଦେଲେ । ସେ ଗତ ୨୨/୦୩/୨୦୨୧ ସୋମବାର ଦିନ ଠାରୁ ୦୭/୦୪/୨୧ ବୁଧବାର ଦିନ ପର୍ୟ୍ୟନ୍ତ ଧାରଣାରେ ବସିଥିଲେ ସୁଦ୍ଧା ବ୍ୟାଙ୍କର କୌଣସି ଉଚ୍ଚ ପଦାଧିକାରୀ ତାଙ୍କୁ ଭେଟିବାକୁ ଆସିନଥିଲେ ଶେଷରେ ହତାଶ ହୋଇ ମୋତିରାମ ତାଣ୍ଡି ଲାଠୋର ଏଲଡ଼ିଏର ସହଯୋଗରେ ଆଜି ଷ୍ଟେଟ ବ୍ୟାଙ୍କ ଘେରାଉ କରାଯାଇଥିଲା । ଏହି ବିଷୟରେ ପାଟଣାଗଡ଼ ଉପଜିଲ୍ଲାପାଳ ଏବଂ ଲାଠୋର ପୋଲିସକୁ ଲିଖିତ ଆକାରରେ ଜଣାଦିଆଯାଇଥିଲା । ଏହି ଖବର ପାଇ ଖପ୍ରାଖୋଲ ତହସିଲଦାର ଧୀରଜ ପାତ୍ର ଲାଠୋର ଷ୍ଟେଟ ବ୍ୟାଙ୍କକୁ ଆସି ମୋତିରାମଙ୍କୁ ଭେଟି ଆଶ୍ୱାସନା ଦେଇଛନ୍ତି । ୧୭ ଦିନ ପର୍ୟ୍ୟନ୍ତ ଆସୁନଥିବା ଷ୍ଟେଟ ବ୍ୟାଙ୍କ ମ୍ୟାନେଜର ସୋମ୍ୟ ରଞ୍ଜନ ମିଶ୍ର ମଧ୍ୟ ପ୍ରତିଶୃତି ଦେଇଥିଲେ । ପ୍ରକୁତରେ ମୋତିରାମ ବାବୁଙ୍କୁ କେତେ ଦିନ ଭିତରେ ନ୍ୟାୟ ମିଳିବ ଦେଖିବାକୁ ବାକି ରହିଲା । ଯଦି କିଛି ଦିନ ଭିତରେ ନ୍ୟାୟ ନ ମିଳିଲେ ଆମରଣ ଅନଶନ କରିବେ ବୋଲି କହିଛନ୍ତି । ଏହି ବ୍ୟାଙ୍କ ଶାଖା ଘେରାଉ ବେଳେ ଏଲଡ଼ିଏ ମୁଖ୍ୟ ଲବ ସୁନା, ବେଦବର ଛତ୍ରିଆ, ଲାଇବାନ ସୁନା, ତୁଲାରାମ ବିଭାର, ପ୍ରେମ ବାଗ ଓ ଏସଏଜି ଗ୍ରୁପ ସାହାଯପାଣିର ମହିଳାମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.