ବିପୁଳ ପରିମାଣର କାଠ ସହ ଟ୍ରକ ଜବତ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲା କଂଟାମାଲ ରେଞ୍ଜ ପକ୍ଷରୁ ଚଢ଼ାଉ କରାଯାଇ ଘଣ୍ଟାପଡା ନିକଟ ଜଙ୍ଗଲରୁ ବେଆଇନ ଭାଵରେ କାଠ ଚୋରା ଚାଲାଣ ହେଉଥିବା ବେଳେ ୧୦ ଚକିଆ ଟ୍ରକ ସହ ବିପୁଳ ପରିମାଣରେ କାଠ ଜବତ ହେବା ସହ ଦୁଇଜଣ କାଠ ମାଫିଆ ଗିରଫଙ୍କୁ କରାଯାଇଛି । ଦୁଇଜଣ କାଠ ମାଫିଆ ହେଲେ ସମ୍ବଲପୁର ଜିଲ୍ଲା କ୍ଷେତରାଜପୁର ଅଂଚଳର ବୋଲି ଜଣା ପଡିଛି । ଗତକାଲି ବନ ବିଭାଗର ଏକ ସ୍ୱତନ୍ତ୍ର ଟିମ ଏସିଏଫ ଜିତେନ୍ଦ୍ର ବେହେରା ଓ ଡେପୁଟି ରେଞ୍ଜର ପ୍ରଦୋଷ ମହାରଣାଙ୍କ ନେତୃତ୍ୱରେ ଏକ ଟିମ କୌଣସି ସୁତ୍ରରୁ ଖବର ପାଇ ବନବିଭାଗ ପକ୍ଷରୁ ଏହି ଟ୍ରକ ସହିତ ଦୁଇ ଜଣକୁ ଗିରଫ କରାଯାଇଛି । କାଠର ଆନୁମାନିକ ମୂଲ୍ୟ ୫ଲକ୍ଷ ଟଙ୍କା ହେବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦେଇଛନ୍ତି । ଏହି ଚଢ଼ାଉରେ ଦୁଇ ଗୋଟି ମୋବାଇଲ ଓ ଚାରି ହଜାର ଟଙ୍କା ମଧ୍ୟ ଜବତ କରାଯାଇଛି ।ଏଇ କାଠ ଗଣ୍ଡିକୁ ସେମାନେ ଛତିଶଗଡ଼ ଅଞ୍ଚଳକୁ ଚୋରା ଚାଲାଣ କରୁଥିଲେ ବୋଲି ବୌଦ୍ଧ ଡି ଏଫଓ ଯଶୋବନ୍ତ ସେଠୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.