oom

ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ବ୍ଲକ କଂଗ୍ରେସ ଓ ନଗର କଂଗ୍ରେସ ସଭାପତିଙ୍କ ନାମ ଘୋଷଣା

jsmm

ବଲାଙ୍ଗିର, (ଦେବାଶିଷ ମିଶ) : ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବଲାଙ୍ଗିର ଜିଲ୍ଲାର ବ୍ଲକ କଂଗ୍ରେସ ସଭାପତି ଓ ନଗର କଂଗ୍ରେସ କମିଟି ସଭାପତିଙ୍କ ନାମ ଘୋଷଣା କରାଯାଇଛି । ବଲାଙ୍ଗିର ନଗର ପାଇଁ ଦିନେଶ ଦାନି (ବୁଲୁ), ପାଟଣାଗଡ ଏନ୍‌ଏସି ପାଇଁ ଜୟ କୃଷ୍ଣ ମେହେର, ତୁଷୁରା ପାଇଁ ରାମେଶ୍ୱର ରଣା, ଟିଟିଲାଗଡ ଟାଉନ ପାଇଁ ପ୍ରଭାସ କୁମାର ବହିଦାର, କଣ୍ଟାବାଞ୍ଜି ଏନ୍‌ଏସି ପାଇଁ ଡମ୍ବରୁ ବେହେରା, ପାଟଣାଗଡ ବ୍ଲକ ପାଇଁ ପତିତପାବନ ପ୍ରଧାନ, ପୁଇଁନ୍ତଲା ପାଇଁ ଉମାକାନ୍ତ ସାହୁ, ଦେଓଗାଁ ପାଇଁ ରାମଜୀ ଚୌଧୁରି, ଆଗଲପୁର ପାଇଁ ମନମୋହନ ପଟେଲ, ଖପ୍ରାଖୋଲ ପାଇଁ ହରେକୃଷ୍ଣ ମେହେର, ବେଲପଡା ପାଇଁ ଦୟାନିଧି ମହାକୁର, ସଦର ବ୍ଲକ ପାଇଁ ରାମପ୍ରସାଦ ମିଶ୍ର, ବଙ୍ଗୋମୁଣ୍ଡା ପାଇଁ ଗୁରୁଚରଣ ବେହେରା, ଲୋଇସିଂହା ପାଇଁ ଅରବିନ୍ଦ ସାହୁ, ସଇଁନ୍ତଲା ପାଇଁ ଗୁଣସାଗର ମାଝି, ଟିଟିଲାଗଡ ପାଇଁ ବିକାଶ ପାଣିଗ୍ରାହୀ, ଗୁଡଭେଲା ପାଇଁ ମୋହା ନାଗ, ତୁରେକେଲା ପାଇଁ ବାଳକୃଷ୍ଣ ସେଲମା, ମୁରିବାହାଲ ପାଇଁ ପ୍ରଫୁଲ୍ଲ ବଘାରଙ୍କୁ ନିଯୁକ୍ତି ଦିଆଯାଇଛି । ଏହି ଅବସରରେ ଜିଲ୍ଲା କଂଗ୍ରେସ କମିଟି ସଭାପତି ଦିଲିପ ବେହେରା ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇବା ସହ ସଂଗଠନ ଆହୁରି ସୁଦୃଢ ହେବ ବୋଲି ମତବ୍ୟକ୍ତ କରିଛନ୍ତି । ଅପରପକ୍ଷରେ ନବ ନିଯୁକ୍ତ ବ୍ଲକ ଓ ନଗର କଂଗ୍ରେସ ସଭାପତିବୃନ୍ଦ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିଧାୟକ ଦଳ ନେତା ନରସିଂହ ମିଶ୍ର, ପିସିସି ମୁଖପାତ୍ର ସମରେନ୍ଦ୍ର ମିଶ୍ର, କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା, ସୁରେନ୍ଦ୍ର ସିଂ ଭୋଇ, ଜିଲ୍ଲା ସଭାପତି ଦିଲିପ ବେହେରା, ରମେଶ ପୁରୋହିତଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ।

jittmm
Leave A Reply

Your email address will not be published.