ମହୁଲ ଗୋଟାଇବାକୁ ଯାଇ ହାତୀ ଆକ୍ରମଣରେ ୨ ମୃତ

ଅନୁଗୁଳ : ମହୁଲ ଗୋଟାଇବାକୁ ଯାଇ ହାତୀ ଆକ୍ରମଣରେ ୨ ଜଣ‌ଙ୍କ ମୃତ ହୋଇଥିବା ଖବର ମଳିଛି । ସୂଚନା ଯୋଗ୍ୟ ଯେ, ଅନୁଗୁଳ ଜି‌ଲ୍ଲା ଛେଣ୍ଡିପଦା ରାମଚନ୍ଦ୍ରପୁର ଗାଁରେ ଜଣେ ପୁରୁଷ ଓ ଜଣେ ମହିଳା ଜଙ୍ଗଲକୁ ମହୁଲ ଗୋଟାଇବାକୁ ଯାଇଥିଲେ । ତେବେ ମହୁଲ ଗୋଟାଉଥିବା ବେଳେ ହାତୀ ହାବୁଡ଼ରେ ପଡିଯାଇଥିଲେ । ଉଭୟ ମହିଳା ଓ ପୁରୁଷଙ୍କୁ ହାତୀ ଆକ୍ରମଣ କରିଥିଲା । ଫଳରେ ଉଭୟଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ମଧ୍ୟ ହାତୀଟି ନିକଟ ଜଙ୍ଗଲରେ ରହିଛି । ଯାହାକୁ ନେଇ ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି । ଉଭୟ ମୃତକ ଛେଣ୍ଡିପଦା ବନାଞ୍ଚଳ ଚନ୍ଦ୍ରପୁର ଗାଁର ପଞ୍ଚାନନ ପାଣିଗ୍ରାହୀ (୬୦) ଏବଂ ସୁଆଗି ସେଠି(୫୦) ବୋଲି ଜଣାପଡିଛି ।

Leave A Reply

Your email address will not be published.