ଚନ୍ଦନପୁର ସମିତି ସଭ୍ୟ ଉପନିର୍ବାଚନ ପାଇଁ ପାର୍ଥୀପତ୍ର ଦାଖଲ, ଏପ୍ରିଲ ୨୮ରେ ହେବ ଉପନିର୍ବାଚନ

ବ୍ରହ୍ମପୁର, (କେ. ସତ୍ୟ ନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଚନ୍ଦନପୁର ପଞ୍ଚାୟତର ସମିତି ସଭ୍ୟ ପଦବୀ ଉପନିର୍ବାଚନ ପାଇଁ ଦାଖଲ ହେଲା ପାର୍ଥୀପତ୍ର । ଆସନ୍ତା ଅପ୍ରିଲ ୨୮ ତାରିଖରେ ହେବାକୁ ଥିବା ଉପନିର୍ବାଚନ ପାଇଁ ଆଜି ନୋମିନେସନର ଶେଷ ତାରିଖ ଥିବା ବେଳେ ଦୁଇ ଜଣ ପାର୍ଥୀ ସେମାନଙ୍କ ପାର୍ଥୀପତ୍ର ଦାଖଲ କରିଛନ୍ତି । ସ୍ବର୍ଗତ ସୁବଳ ସାହୁଙ୍କ ପତ୍ନୀ ସୁନିତା ସାହୁ ଚନ୍ଦନପୁର ପଞ୍ଚାୟତ ସମିତି ସଭ୍ୟ ପଦ ପାଇଁ କବିସୂର୍ୟ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କ ଉପସ୍ଥିତିରେ ପାର୍ଥୀପତ୍ର ଦାଖଲ କରିଥିବା ବେଳେ ବରିଡା ଗ୍ରାମର କୁନା ସ୍ୱାଇଁ ଚନ୍ଦନପୁର ପଞ୍ଚାୟତର ସମିତି ସଭ୍ୟ ପଦ ପାଇଁ ପାର୍ଥି ପତ୍ର ଦାଖଲ କରିଛନ୍ତି । ଆସନ୍ତା କାଲି ପାର୍ଥୀପତ୍ର ଯାଞ୍ଚର ଶେଷ ତାରିଖ ଥିବା ବେଳେ ଏପ୍ରିଲ ୯ ତାରିଖ ପାର୍ଥିପତ୍ର ପ୍ରତ୍ୟାହାର ଶେଷ ତାରିଖ ରହିଛି । ଏନେଇ ସୂଚନା ଦେଇଛନ୍ତି ବେଗୁନିଆପଡା ବ୍ଲକ ବିଡ଼ିଓ ବେଦବର ପ୍ରଧାନ । ପ୍ରକାଶ ଥାଉ କି ଚନ୍ଦନପୁର ପଂଚାୟତର ପୂର୍ବତନ ସମିତିସଭ୍ୟ ସ୍ବର୍ଗତ ସୁବଳ ସାହୁ ଙ୍କ ଗତ ୬/୯/୨୦୨୦ ରେ ଅକାଳ ବିୟୋଗ ଘଟିବା ପରେ ଏହି ପଦବୀ ଖାଲି ପଡିଥିଲା ।

Leave A Reply

Your email address will not be published.