ଅନଲାଇନ ମୋଡ଼ରେ ପରୀକ୍ଷା ନକରାଗଲେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଘେରାଉ କରାଯିବ : ଜିଲ୍ଲା ଛାତ୍ର କଂଗ୍ରେସ

ବରଗଡ଼, (ନିରୋଜ କୁମାର ପାଣୀ) : କରୋନା ମହାମାରୀକୁ ଆଖି ଆଗରେ ରଖି ସମ୍ୱଲପୁର ବିଶ୍ଵବିଦ୍ୟାଳୟର ଭୁଲ ନିଷ୍ପତି ଯୋଗୁଁ ବରଗଡ଼ ଜିଲ୍ଲା ଛାତ୍ର କଂଗ୍ରେସ ତା.୦୩/୦୪/୨୦୨୧ ଶନିବାର ଦିନ ଅତାବିରା ବୀର୍ ସୁରେନ୍ଦ୍ର ସାଏ ପ୍ରତିମୂର୍ତ୍ତି ତଳେ ବିରୋଧ ପ୍ରଦର୍ଶନ କରିବା ସହିତ ଅତାବିରା ତହସିଲଦାରଙ୍କ ଜରିଆରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଉପକୁଳପତି ସ୍ମାରକ ପତ୍ର ପ୍ରଦାନ କରାଗଲା । ଦୁଇ ଘଣ୍ଟାରୁ ଅଧିକ ସମୟ ଅପେକ୍ଷା ପରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଉପକୁଳପତିଙ୍କ ପ୍ରତିକ୍ରିୟା ଜଣା ନ ପଡ଼ିବାରୁ ବରଗଡ଼ ଜିଲ୍ଲା ଛାତ୍ର କଂଗ୍ରେସ ଅତାବିରାଠୁ ବରଗଡ଼ ଉପ ଜିଲ୍ଲାପାଳଙ୍କ ବାସଭବନ ଅଭିମୁଖେ ଆକ୍ରୋଶ ଶୋଭାଯାତ୍ରା ଆରମ୍ଭ କରି ଉପ ଜିଲ୍ଲାପାଳଙ୍କ ବାସଭବନ ଘେରାଉ କରିଥିଲା । କିଛି ସମୟ ଅପେକ୍ଷା କରିବା ପରେ ଉପ ଜିଲ୍ଲାପାଳ ଶୁଭେନ୍ଦ୍ରୁ କୁମାର ସାମଲ ଘଟଣା ସ୍ଥଳକୁ ପହଞ୍ଚି ଛାତ୍ରଛାତ୍ରୀମାନଙ୍କ ପ୍ରତିକ୍ରିୟା ନେଇ ଯେତେ ଶୀଘ୍ର ହେବ ଏହି ଦାବୀ ଗୁଡ଼ିକ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଉପକୁଲପତିଙ୍କୁ ଜଣାଇ ତୁରନ୍ତ ଏହାର ଉଚିତ୍ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଯଦି ଆଗାମୀ ତିନି ଦିନ ମଧ୍ୟରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅନଲାଇନ ମୋଡ଼ରେ ପରୀକ୍ଷା କରିବାର ନିଷ୍ପତ୍ତି ନ ନିଏ ତାହା ହେଲେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଘେରାଉ କରିବା ସହିତ ରାସ୍ତାଘାଟ ବନ୍ଦ କରିଦିଆଯିବ ବୋଲି ବରଗଡ଼ ଜିଲ୍ଲା ଛାତ୍ର କଂଗ୍ରେସ ମତ ପ୍ରକାଶ କରିଛି ।

Leave A Reply

Your email address will not be published.