ବୌଦ୍ଧ, (ମମତା ମହାକୁର) : ବୋୖଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣା କଟକ ଅଂଚଳରେ ଆଜି ଅପରାହ୍ନରେ କାଳ ବୈଶାଖୀବର୍ଷା ଓ କୁଆପଥର ମାଡ଼ ହୋଇଛି । କୁଆପଥର ମାଡରେ ପନିପରିବା ଚାଷ ନଷ୍ଟ ହୋଇଛି । କୁଆପଥର ମାଡରେ ଅନେକ ଆଜବେଷ୍ଟସ ଘର ମଧ୍ୟ ଭଂଗି ଯିବା ସହ ଅନେକ କ୍ଷୟକ୍ଷତି ହୋଇଯାଇଛି, ବିଶେଷ କରି ସବୁଜ ହୀରା କୁହାଯାଉଥିବା କେନ୍ଦୁପତ୍ର କଅଁଳିଆ ହୋଇଥିବା ଯୋଗୁଁ କୋଟି, କୋଟି ଟଙ୍କା ରାଜସ୍ୱ ହାଣୀଘଟିଥିବାର ଦେଖାଦେଇଛି । ବହୁତ ଦିନ ପରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଆଜି ତାତିରୁ ଟିକେ ମଧ୍ୟ ସାମାନ୍ୟ ଆଶସ୍ତି ମିଳିଛି ।