୧୫ ନୂଆ ଆକ୍ରାନ୍ତ ଚିହ୍ନଟ ଆଜି ବଲାଙ୍ଗିର ଜିଲ୍ଲାରେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ୧୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ବଲାଙ୍ଗିର ମ୍ୟୁନିସିପାଲିଟି ଅଂଚଳରୁ ଜଣେ ଚିହ୍ନଟ ହେ।।ଇଥିବା ବେଳେ ବେଲପଡ଼ା ବ୍ଲକ ଦର୍‌ଲିପାଲି ଗ୍ରା.ପ.ରୁ ୨ ଜଣ ଏବଂ କନ୍ଧେନଝୁଲା ଗ୍ରା.ପ.ରୁ ଜଣେ ଆକ୍ରାନ୍ତ ହୋଇଛନ୍ତି । ଖପ୍ରାଖୋଲ ବ୍ଲକ ବାଘମୁଣ୍ଡ ଗ୍ରା.ପ.ରୁ ଜଣେ, ପାଟଣାଗଡ଼ ବ୍ଲକ ଉଲ୍‌ବା ଗ୍ରା.ପ.ରୁ ଜଣେ, ସୋଲବନ୍ଧ ଗ୍ରା.ପ.ରୁ ଜଣେ ଓ ଯୋଗୀମୁଣ୍ଡା ଗ୍ରା.ପ.ରୁ ଜଣେ, ପୁଇଁନ୍ତଲା ବ୍ଲକ ପିପିର୍ଡା ଗ୍ରା.ପ.ରୁ ଜଣେ, ସଇଁନ୍ତଲା ବ୍ଲକ ବଡ଼ମାଲ ଗ୍ରା.ପ.ରୁ ଜଣେ, ଟିଟିଲାଗଡ଼ ବ୍ଲକ ଖୋଲାନ ଗ୍ରା.ପ.ରୁ ୨ ଜଣ, ଟିଟିଲାଗଡ଼ ମ୍ୟୁନିସିପାଲିଟି ୱାର୍ଡ ନଂ.୫ରୁ ଜଣେ ଓ ୱାର୍ଡ ନଂ.୭ରୁ ୨ ଜଣ ଆକ୍ରାନ୍ତ ହୋଇଥିବା କୁହାଯାଇଛି । ଏବେ ଜିଲ୍ଲାରେ ୮୦ ଜଣ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି ।

Leave A Reply

Your email address will not be published.