ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦିପ ପୁରୋହିତଙ୍କ ଅନୁମୋଦନ କ୍ରମେ ବରଗଡ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଶ୍ରୀକାନ୍ତ ମିଶ୍ର ଘୋଷଣା କରିଛନ୍ତି । ଜଣେ ସମାଜସେବୀ ତଥା ଜଣାଶୁଣା ବ୍ୟକ୍ତି ନୀଳାଞ୍ଚଳ ଦରୁଆନଙ୍କୁ ଆଇଟିସେଲ୍ ଏବଂ ସୋସିଆଲ ମିଡ଼ିଆ ଦାୟିତ୍ୱ ପ୍ରଦାନ କରାଯାଇଛି । ଶ୍ରୀ ଦରୁଆନ ସୋସିଆଲ ମିଡ଼ିଆ ସେଲ୍ ଦାୟିତ୍ଵ ପାଇଁ ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ତଥା ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଓ ବରଗଡ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଶ୍ରୀକାନ୍ତ ମିଶ୍ରଙ୍କ ସମେତ ବିଜେପିର ବରିଷ୍ଠ କାର୍ୟ୍ୟକର୍ତ୍ତାଙ୍କୁ କୃତଜ୍ଞତା ଜଣାଇଛନ୍ତି । ତାଙ୍କୁ ସୋସିଆଲ ମିଡ଼ିଆ ସେଲର ଦାୟିତ୍ଵ ପାଇଁ ଥିବାରୁ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ସେ ଚାଷୀମାନଙ୍କର ସମସ୍ୟା ତଥା ହିତ ପାଇଁ କାର୍ୟ୍ୟ କରିବାକୁ ସମସ୍ତଙ୍କର ସହଯୋଗ କାମନା କରିବା ସହ ପ୍ରତିଜ୍ଞାବଦ୍ଧ ଅଟନ୍ତି ବୋଲି ସୂଚନା ଦେଇଛନ୍ତି ।