oom

ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଦ୍ୟାଳୟ ବାଳିକା ହାଇସ୍କୁଲକୁ ମନ୍ତ୍ରୀ ଟୁକୁନୀଙ୍କ ପରିଦର୍ଶନ

jsmm

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ସ୍ଥାନୀୟ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଦ୍ୟାଳୟ ବାଳିକା ହାଇସ୍କୁଲକୁ ଆଜି ଉତ୍କଳ ଦିବସ ଅବସରରେ ଓଡ଼ିଶା ମହିଳା ଶିଶୁ ବିକାଶ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ଟୁକୁନୀ ସାହୁ ଉକ୍ତ ସ୍କୁଲକୁ ପରିଦର୍ଶନ କରିଛନ୍ତି । ପ୍ରଥମେ ମନ୍ତ୍ରୀକୁ ସ୍କୁଲର ପ୍ରଧାନ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରୀମାନେ ଫୁଲ ତୋଡା ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ପରେ ଉତ୍କଳ ଜନନୀ ଗୀତକୁ ଗାନ କରି ଥିଲେ ଛାତ୍ରୀ । ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ନିବେଦିତା ହୋତାଙ୍କ ସଭାପତି‌ତ୍ୱରେ ଅନୁଷ୍ଠିତ ସଭାରେ ଶିଶୁ ବିକାଶ ମନ୍ତ୍ରୀ ଟୁକୁନୀ ସାହୁ, ଜିଲ୍ଲା ମଙ୍ଗଳ ଅଧିକାରୀ ଅଲେଖ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ । ଏହି ସଭାକୁ ବିଦ୍ୟୁତଲତା ଦେଇ ସଭା ପରିଚାଳନା କରିଥିବା ବେଳେ ମନ୍ତ୍ରୀଙ୍କ ପ୍ରତିନିଧି ରାଜ କିଶୋର ଡାଙ୍ଗ, ବିଜେଡି ନେତା ପ୍ରମୋଦ ପ୍ରଧାନ, ସ୍କୁଲ ଶିକ୍ଷୟତ୍ରୀ ସଙ୍ଗୀତା ରଥ, ଜୟନ୍ତି ସାହୁ, ସନ୍ଧ୍ୟା ରାଣୀ ଗହୀର, ନମିତା ମେହେର, ଗୋପାଳ ଧରୁଆ, ଲତା ମିଶ୍ର, ପ୍ରତ୍ୟାସିନୀ ବାଗ, ସୁହାସିନୀ ମିଶ୍ର, ଅର୍ଣ୍ଣପୁର୍ଣା ମାଝୀ, କଳ୍ପନା ପାଣିଗ୍ରାହୀ, ବେଣୁ ଧର ଧରୁଆ, ବିଜୟ ଲଷ୍ମୀ ଦାସ, ନିହାର ରଞ୍ଜନ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ । ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ହୋତା ଅଭିଯୋଗ କରିଥିଲେ ଯେ ବିଭିନ୍ନ ସମସ୍ୟା ଦେଇ ଅବହେଳିତ ଅବସ୍ଥାରେ ସ୍କୁଲ ରହିଛି ତେବେ ସ୍କୁଲ ପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ କରିଥିଲେ । ମନ୍ତ୍ରୀ ଟୁକୁନୀ ସାହୁ ଏହି ସ୍କୁଲକୁ ପୋଷ୍ୟ ସ୍କୁଲ ଭାବରେ ଗ୍ରହଣ କରି ଥିବା ବେଳେ ସ୍କୁଲ ବିକାଶ ପାଇଁ ଆଗାମୀ ଦିନରେ ନିଶ୍ଚିତ ଭାବରେ ଦୂର ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

jittmm
Leave A Reply

Your email address will not be published.