ଏପ୍ରିଲ ୧ ତାରିଖକୁ କଳା ଦିବସ ଭାବେ ପାଳନ କଲା କୋଶଲ ରାଜ୍ୟ ସମନ୍ଵୟ ସମିତି

ପାଟଣାଗଡ଼, (ଗୋରେଖନାଥ ବରିହା) : ବେଳପଡା, ବଲାଙ୍ଗୀର ଜିଲ୍ଲା କଚେରୀ ଛକ ସମ୍ମୁଖରେ ଏପ୍ରିଲ ୧କୁ କଳା ଦିବସ ପାଳନ କଲା କୋଶଲ ରାଜ୍ୟ ସମନ୍ଵୟ ସମିତି । ୧୯୩୬ ମସିହାରେ କୋଶଲକୁ ଜବରଦସ୍ତି ଉତ୍କଳରେ ମିଶ୍ରଣ କରାଯାଇଛି ଓ କୋଶଲାଂଚଳକୁ ସବୁ କ୍ଷେତ୍ରରେ ଶୋଷଣ କରାଯାଉଛି । କୋଶଲାଞ୍ଚଳରେ ମାଟି ତଳେ ମାଟି ଉପରେ ପ୍ରାକୃତିକ ସମ୍ପଦ, ଖଣିଜ ସମ୍ପଦ, ଲଘୁ ବନଜାତ ସମ୍ପଦ ଏତେ ଭରି ରହିଛି କଳ୍ପନା କରାଯାଇ ନପାରେ । ରାଜ୍ୟ ସରକାର କେନ୍ଦ୍ର ସରକାର ଆମ ଅଞ୍ଚଳରୁ ହଜାର ହଜାର କୋଟି ଟଙ୍କା ରାଜସ୍ୱ ସଂଗ୍ରହ କରୁଛି କିନ୍ତୁ ସେହି ଲାଭାଂଶରୁ ଆମ ଅଞ୍ଚଳର ବିକାଶ ପାଇଁ ଯେତେ ଖର୍ଚ୍ଚ ହେବା କଥା ସେତିକି ଦେଉନାହିଁ । ଆମ ଅଞ୍ଚଳରେ ଭିତ୍ତିଭୂମିର ଅନେକ ସୁବିଧା ଥିଲେ ସୁଦ୍ଧା ଜାଣିଶୁଣି ଅବହେଳା କରାଯାଉଛି । ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ଚାକିରୀ, କୃଷକ, ପାନୀୟ ଜଳ ସବୁ କ୍ଷେତ୍ରରେ ଅବହେଳା କରାଯାଉଛି । ବେକାରୀ ସମସ୍ୟା, ଦାଦନ ସମସ୍ୟା, ମରୁଡି ସମସ୍ୟା ,ପର୍ୟ୍ୟଟନ ସମସ୍ୟା, ଚାଷୀ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ତଥାପି ରାଜ୍ୟ ସରକାରଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଭାଂଗିନାହିଁ । ଏତେ ସମସ୍ୟା ଥାଇ ପୁଣି ଆମ ଉପରେ ବନ୍ଦେ ଉତ୍କଳ ଜନନୀ ଗାନ କରିବାକୁ ବାଧ୍ୟ କରୁଛନ୍ତି । ପଶ୍ଚିମ ଓଡିଶା ବିକାଶ ପରିଷଦ ମୁଖ୍ୟ କାର୍ୟ୍ୟାଳୟ ନକରି କେବଳ ବ୍ରାଞ୍ଚ ଅଫିସ ଖୋଲି ଲୋକଙ୍କୁ ଭକୁଆ ବନାଉଛନ୍ତି । କୋଶଲାଞ୍ଚଳର ସଂସ୍କୃତି, ପରମ୍ପରାକୁ ମଧ୍ୟ ନଷ୍ଟ କରିବା ପାଇଁ ହୀନ ଚକ୍ରାନ୍ତ କରୁଛନ୍ତି ବୋଲି ସମାଲୋଚନା କରିଥିଲେ । କୋଶଲ ସମନ୍ୱୟ ସମିତି ଯୁବ ସଂଗଠକ ଗିରିଧାରୀ ଭୋଇ , ସଂପାଦକ ସିପୁନ ଖମାରଷ, ଯୁବ ସଭାପତି ବନମାଳୀ ନାଏକ, ସଭାନେତ୍ରୀ ଚନ୍ଦ୍ରକାନ୍ତି ସେଠ, ସମ୍ପାଦିକା ନିରୁପମା ଧରୁଆ , ଯୁଗଳ କିଶୋର ମେହେର , ରଞ୍ଜନ ସାହୁ , ଖପ୍ରାଖୋଲ ବ୍ଳକ ସଭାପତି କୁନା ବିଶ୍ଵାଳ , ଉମେଶ ବନଗୁଲା, ପିଣ୍ଟୁ ବୁଡେକ, ଅଜିତ ସାହୁ, ତୁଷବନ୍ଧୁ ବୁଡେକ, ଉଷାମେହେର, ତୁଲାବରିହା, ଗୈାରୀ ମଲିକ, କଏତା ଧରୁଆ, କୁନ୍ତଳାଧରୁଆ, ପ୍ରମିଲା ସାହୁ, ଗୀତାଞ୍ଜଳି ଦଣ୍ଡସେନା, ପ୍ରେମ ନାଏକ, ମଞ୍ଜୁଲତା ବରିହା, ନିରୁପମା ବରିହା, କୈାଶଲ୍ୟା ବରିହା, ପ୍ରମୁଖଙ୍କ ସମେତ ଅନ୍ୟ କୋଶଳ ସଂଗ୍ରାମୀ, କୋଶଳ ପ୍ରେମୀ ସାମିଲ ହୋଇଥିଲେ ।

Leave A Reply

Your email address will not be published.