ଆଜିଠୁ ମିଳୁଛି ଓଟିଇଟି ପରୀକ୍ଷା ପାଇଁ ଆଡମିଟ୍ କାର୍ଡ

ଭୁବନେଶ୍ୱର : ଆସ‌ନ୍ତା ଏପ୍ରିିଲ ୯ ତାରିଖରେ ହେବାକୁ ଥିବା ଓଟିଇଟି ପରୀକ୍ଷା ପାଇଁ ମାଧ୍ୟମିକ ଶିକ୍ଷା ବୋର୍ଡ (ବିଏସ୍ଇ) ପକ୍ଷରୁ ଆଜିଠାରୁ ଅଫିସିଆଲ୍ ପୋର୍ଟାଲରେ ପରୀକ୍ଷାର୍ଥୀଙ୍କ ଆଡମିଟ୍ କାର୍ଡ ଅପଲୋଡ୍ କରାଯାଇଛି । ତେବେ ପ୍ରାର୍ଥୀମାନେ ସେମାନଙ୍କ ପଞ୍ଜୀକରଣ ନମ୍ବର ଏବଂ ଇ-ମେଲ୍ ଆଇଡିରେ ଲଗ୍ ଇନ୍ କରିବା ପରେ ବିଏସଇ ପୋର୍ଟାଲ୍ www.bseodisha.ac.inରୁ ସେମାନଙ୍କର ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ । ଓଟିଇଟି ପେପର-୧ ପରୀକ୍ଷା ସକାଳ ୮ଟାରୁ ୧୦ଟା ୩୦ମି. ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବାବେଳେ ପେପର-୨ ପରୀକ୍ଷା ଦିନ ୧୨ଟାରୁ ଦିନ ୨ଟା ୩୦ମି. ପର୍ୟ୍ୟନ୍ତ ଅନୁଷ୍ଠିତ ହେବ । ମୋଟ ୧,୨୫,୮୮୦ ପ୍ରାର୍ଥୀଙ୍କ ମଧ୍ୟରୁ ୭୨,୪୭୭ ପ୍ରାର୍ଥୀ ପେପର-୧ ଏବଂ ପେପର-୨ ପାଇଁ ୫୩,୪୦୩ ପ୍ରାର୍ଥୀ ପରୀକ୍ଷା ଦେବେ । ବିଏସଇର ଉପାଧ୍ୟକ୍ଷ ନିହାର ରଂଜନ ମହାନ୍ତି ଏକ ପ୍ରେସ ବିଜ୍ଞପ୍ତିରେ କହିଛନ୍ତି ଯେ ଏହି ପରୀକ୍ଷା ୪୯୧ଟି ସେଣ୍ଟରରେ ଦୁଇଟି ସିଟିଂରେ ଅନୁଷ୍ଠିତ ହେବ ।

Leave A Reply

Your email address will not be published.